ତହସିଲଦାରଙ୍କ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକ ଆଜି ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିବା ଜଣାପଡ଼ିଛି। ଗତ ସପ୍ତାହରେ ବୈତରଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ବ୍ଲକର ପ୍ରାୟ ୫ଗୋଟି ପଞ୍ଚାୟତ ଅଧିନ ଚାଷ ଜମି ପ୍ରଭାବିତ ହୋଇଥିଲା। ବିଶେଷ କରି କଣ୍ଟି ଘାଇରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁ ବରାହନୁଆପଡା, ଜଳହରି, ଷୋଳମପୁର, ଚତୁର୍ଭୁଜପୁର ପ୍ରମୁଖ ଗାଁ ର ଚାଷୀ ମାନେ ଅଧିକ ପ୍ରଭାବିତ ହୋଇଥିଲେ। ସଦ୍ୟ ବେଉଷଣ ଚାଷ ଜମିରେ ବନ୍ୟା ପାଣି ମାଡିଯିବାରୁ ଅନେକ ଧାନ ଗଛ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଆଜି ଉକ୍ତ ଅଞ୍ଚଳକୁ ତହସିଲଦାର ଶ୍ରୀ ନାୟକ ଗସ୍ତ କରି ପ୍ରଭାବିତ କ୍ଷେତକୁ ବୁଲି ଦେଖିଥିଲେ। ଏଥିରେ ଗ୍ରାମ୍ୟ କୃଷି କର୍ମଚାରୀ ପ୍ରମୋଦ କୁମାର ନାୟକ, ରାଜସ୍ୱ ନିରୀକ୍ଷକ ରାମନାରାୟଣ ସାମଲ, ନରେଶ ମହାନ୍ତି, ଦିବ୍ୟରଞ୍ଜନ ଧଳ ପ୍ରମୁଖ ଉପସ୍ଥିତ ଥିଲେ।