ତହସିଲଦାରଙ୍କ ରାତିଅଧିଆ ଚଢାଉ, ଟ୍ରାକ୍ଟର ଜବତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର-ତାଜିପୁର ବାଲିଘାଟରୁ ଚୋରା ବାଲି ଚାଲାଣ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ବନ୍ତ ତହସିଲଦାର ଇନ୍ଦିରା ସାହୁ ଶନିବାର ଭୋର ସମୟରେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ସମସ୍ତ ପ୍ରବେଶ ପଥରେ ବାଲି ଚୋର ମାନେ ଜଗି ରହିଥିଲେ ମଧ୍ୟ ଅତି ଚତୁରତାର ସହିତ ତହସିଲଦାର ରାମପୁର କେନାଲ ବନ୍ଧ ରାସ୍ତାରେ ଜଗି ରହି ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଥାନାକୁ ହସ୍ତାନ୍ତର କରିଛନ୍ତି । ପରେ ତହସିଲଦାର ବାଲିଘାଟରେ ପହଞ୍ôଚବା ବେଳକୁ ଅନ୍ୟ ଟ୍ରାକ୍ଟର ଗୁଡିକ ଖସି ଯାଇଥିଲେ । ତହସିଲଦାରଙ୍କ ରାତିଅଧିଆ ଚଢାଉ ଦ୍ୱାରା ବାଲି ଚୋର ମାନଙ୍କ ମଧ୍ୟରେ ଛନକା ପଶି ଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ