ତହସିଲଦାର ଆକ୍ରମଣ ଘଟଣାରେ ପୁଣି ତିନି ଗିରଫ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଛତାବର ଠାରେ ଗତ ୪.୮.୨୦ରିଖ ଦିନ କୋଭିଡ ଆଇନ ଉଲଙ୍ଘନ କରୁଥିବା କିଛି ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ତାଗିଦ କରାଯାଉଥିଲା । ଘଟଣାସ୍ଥଳରେ ଏଡିଏମ, ତହସିଲଦାର ଓ ଅତିରିକ୍ତ ତହସିଲଦାର ଉପସ୍ଥିତ ରହି କୋଭିଡ ଆଇନ ଉଲଙ୍ଘନ କରିଥିବାରୁ ବ୍ୟବସାୟୀମାନଙ୍କୁ ଜୋରିମାନା ପାଇଁ କହିଥିଲେ । ଏହାର ପ୍ରତିବାଦରେ ସ୍ଥାନୀୟ କିଛି ଯୁବକ ଓ ବ୍ୟବସାୟୀ କାର୍ଯ୍ୟରତ ଅଧିକାରୀମାନଙ୍କୁ ଆକ୍ରମଣ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବାପରେ ବିଭିନ୍ନ ବ୍ୟକ୍ତିଙ୍କ ନାମରେ ମାମଲା ଋଜୁ ହୋଇଥିଲା । ପ୍ରଥମେ ଜଣେ ଗିରଫ ହୋଇ କୋର୍ଟଚାଲାଣ ହୋଇଥିବାବେଳେ ପରେ ଘଟଣାର ଶିଥିଳତା ଆସିଯାଇଥିଲା । ନୂଆକରି ଯୋଗଦେଇଥିବା ଥାନାର ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ ଗତ ୧୫ଦିନ ପୂର୍ବରୁ ଆକ୍ରମଣ ଘଟଣାରେ ଚାରିଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବାବେଳେ ଆଜି ତିନିଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ସେହିଭଳି ଏହି ଘଟଣାରେ ୨ଜଣ ମଧ୍ୟ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସମ୍ପୂର୍ଣ୍ଣ ଘଟଣାରେ ମୋଟ ୧୦ଜଣ ଗିରଫ ହୋଇଥିବାବେଳେ ଆହୁରି ଅନେକଙ୍କ ନାମରେ ମାମଲା ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ