ତହସିଲଦାର ଓ ପୋଲିସ  ଉପସ୍ଥିତିରେ ବିବାଦୀୟ ଜମିର ଚିହ୍ନଟିକରଣ ହୋଇ ପାରିଲାନି ସମାଧାନ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ରାମଗିରି  ଛକ ନିକଟରେ ଥିବା ବିବାଦୀୟ ଜମିକୁ ଆଜି ତହସିଲଦାର ଓ ଏସଡ଼ିପିଓଙ୍କ ଉପସ୍ଥିତିରେ ଚିହ୍ନଟିକରଣ କରାଯାଇଛି । ଛକ ନିକଟରେ ଥିବା ୬୮୯ ପ୍ଲଟକୁ ସ୍ଥାନୀୟ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ଦୀର୍ଘ ବର୍ଷରୁ ମଶାଣି ଭାବେ ବ୍ୟବହାର କରି ଆସୁଥିବା ବେଳେ ସେହି ଜମିକୁ ଲାଗି ୬୯୨ ନଂ ପ୍ଲାଟ ସରକାରୀ ଜମିକୁ ମଧ୍ୟ ଦଖଲ କରିଛନ୍ତି । ମୁଖ୍ୟ ବଜାର ଛକ ନିକଟରେ ଜଣେ ସ୍ଥାନୀୟ ବ୍ୟବସାୟୀ ୬୯୧ନଂପ୍ଲଟ କୁ ଘର ଦ୍ୱାର କରି ସେହି ସରକାରୀ ଜମିର କିଛି ଅଂଶ ଦଖଲ କରିଥିବା ବେଳେ ଉକ୍ତ ସରକାରୀ ଜମିକୁ ନେଇ ଉଭୟ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ଓ ସମ୍ପୃକ୍ତ ବ୍ୟବସାୟ ମଧ୍ୟରେ ବିବାଦ ଦେଖା ଦେଇଛି । ତେବେ ଆଜି ପ୍ରଶାସନ ପକ୍ଷରୁ ଜମି ଚିହ୍ନଟିକରଣ କରାଯାଇଥିବା ବେଳେ ସରକାରୀ ଜମିକୁ ମଶାଣି ଭାବେ ବ୍ୟବହାର ନ କରି ଅନ୍ୟ କୌଣସି ଉନ୍ନତିମୂଳକ କାମରେ ବ୍ୟବହାର କରାଯାଉ ବୋଲି ସମ୍ପୃକ ବ୍ୟବସାୟୀ କହିଥିବା ବେଳେ ଖ୍ରୀଷ୍ଟିୟାନ ସାହି ବାସିନ୍ଦା ୬୯୨ ନଂ ସରକାରୀ ଜମିକୁ ସମ୍ପୂର୍ଣ୍ଣ ଦଖଲକୁ ନେବାକୁ ଦାବି କରିଛନ୍ତି । ପରେ ଉଭୟ ପକ୍ଷ ବସି ଶାନ୍ତି ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆଜି ବିଫଳ ହୋଇଛି । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ୩ ସେକ୍ସନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ଏହି ବିବାଦ ସମାଧାନ ରେ ଦିଲୀପ କୁମାର ନାୟକ, ଏସଡିପିଓ, ଆର.ଉଦୟଗିରି, ତହସିଲଦାର ନାରାୟଣ ବେହେରା, ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ସମେତ ରାଜସ୍ୱ ନିରକ୍ଷକ କାର୍ଯ୍ୟାଳୟ ର କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ I ଅନ୍ୟ ପଟେ ସମାଧାନ ପାଇଁ ନ ମନିବାରୁ ଆଗାମୀ ଦିନରେ ଉକ୍ତ ଜାଗାକୁ ୧୪୪ଧାରା ଲାଗୁ ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ