ତହସିଲଦାର କଂ ମିଡନାଇଟ ଅପରେସନ୍

କୁକୁଡାଖଣ୍ଡି:କୁକୁଡାଖଣ୍ଡିରେ ନୂତନ ଭାବେ ଯୋଗଦେଇଥିବା ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ର କୁକୁଡାଖଣ୍ଡି ତହସିଲ ଅଧିନରେ ବେଆଇନ ଭାବେ ଚାଲିଥିବା ମୋରମ ଚାଲାଣ ଉପରେ ରାତି ଅଧିଆ ଚଢଉ କରିଛନ୍ତି ।ଶନିବାର ନିମଖଣ୍ଡି ଅଞଳରେ ଚଢଉ କରି ୨ଟି ଟ୍ରାକ୍ଟର,ଗୋଟିଏ ଜେସିବି ଏବଂ ରବିବାର ଜଗଦଳପୁର ଗ୍ରାମରେ ଚାଲିଥିବା ବନ୍ଧ ନିକଟରେ ଚଢଉ କରି ୩ଟି ଟ୍ରାକ୍ଟର ସହ ଗୋଟିଏ ଜେସିବି ଜବତ କରିଛନ୍ତି।ବ୍ଲକର ବିଭିନ୍ନ ସ୍ଥାନରେ ରାତି ଅଧିଆ ମୋରମ ବେଆଇନ ଭାବେ ଚାଲାଣ ହେଉଥିବାରୁ ତାକୁ ରୋକିବାକୁ ରାତି ଅଧିଆ ଚଢଉ କରୁଥିବା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ