ତହସିଲ କର୍ମଚାରୀ ଓ ଜମି ମାଫିଆଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):୨୫ ବର୍ଷ ହେବ ମିଳିଲା ଜମି ପଟା କିନ୍ତୁ ଚିହ୍ନଟ ହେବା ଦୁଇ ବର୍ଷ ପରେ ନିଖୋଜ ହେଇଗଲା ଚି଼ହ୍ନଟ ଜମି l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ପୂରୁଣା ନୂଆଗାଁ ଗ୍ରାମରେ l ସୂଚନା ପ୍ରକାରେ ୨୫ ବର୍ଷ ପୂର୍ବ କ.ନୂଆଗାଁ ତହସିଲ ପକ୍ଷରୁ ପୂରୁଣା ନୂଆଗାଁ ବାସିନ୍ଦା ବନlରl ଦିଗlଲ ଯୁଗାପଦର ମୌଜା ରେ ପଦର ପଟା ପ୍ରଦାନ କରାଯlଇଥିଲା l ସେ ଏହି ପଟା ମାଧ୍ୟ୍ୟମରେ ବିଚାର ଧୀନ କଏଦୀ ଙ୍କୁ ବହୁବାର ଜlମିନ ରେ ମଧ୍ୟ ଆଣିଛନ୍ତି l ହେଲେ ଗତ ଦୁଇ ବର୍ଷ ପୂର୍ଵ ଆର ଆଇ ଙ୍କ ଉପସ୍ଥିତି ରେ ତହସିଲ ପକ୍ଷରୁ ଉକ୍ତ ଜମିକୁ ଚି଼ହ୍ନଟ କରାଗଲା ହେଲେ ବର୍ତମାନ ଉକ୍ତ ଜମି ନିଖୋଜ ହୋଇଥିବା ତହସିଲ ପକ୍ଷରୁ ସୂଚନା ଦିଆଯାଇଛି l ନିର୍ଦ୍ଧିଷ୍ଟ ଜମି ଚି଼ହ୍ନଟ କରିବା ପାଇଁ ତହସିଲ କର୍ମଚାରୀଙ୍କୁ ଲିଖିତ ଭାବେ ଜଣାଇଲେ ସୁଦ୍ଧା ତହସିଲ ଆର.ଆଇ କତୃପକ୍ଷ ବିଭିନ୍ନ ଆଳ ଦେଖାଇ ଜମି ଚି଼ହ୍ନଟ କରିବାରେ ସହଯୋଗ କରୁନାହାନ୍ତି । ଫଳରେ ତହସିଲ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ସେ ନୟାନ୍ତ ହେଲେଣି । ବର୍ତମାନ ଉକ୍ତ ଜମି ରେ କିଛି ଜମି ମାଫିଆ କବ୍ଜା କରି ଚଢ଼ା ଦରରେ ବିକ୍ରି କରୁଥିବା ଵିନାରା ଦିଗାଲ ଅଭିଯୋଗ କରିଛନ୍ତି l ତହସିଲ କର୍ମଚାରୀ ଓ ଜମି ମାଫିଆଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ଜମି ଚିହ୍ନଟ ହୋଇ ପାରୁନଥିବା ସେ ପ୍ରକାଶ କରିଛନ୍ତି । ସରକାର ତହସିଲ ବିଭାଗକୁ ୫ଟି ରେ ଅନ୍ତର୍ଭୁକ୍ତ କରି ସାଧାରଣ ଲୋକଙ୍କୁ ସମସ୍ତ ସୁବିଧା ସହଜ ରେ ଯୋଗାଇବା ର ବ୍ୟବସ୍ଥା କରିଥିଲେ ସୁଦ୍ଧା କ.ନୂଆଗାଁ ତହସିଲ ରେ ଏହା କାର୍ଯ୍ୟକାରୀ କରାଯାଉ ନଥିବା ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେଇ ଜମି ଚିହ୍ନଟ ରେ ସହଯୋଗ କରିବା ନିମନ୍ତେ ଅସହାୟ ବନାରା ଦିଗାଲ ଦାବି କରିଛନ୍ତି l