ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଭାଜପାର ଗଣଧାରଣା

ନିମାପଡ଼ା, (ସନ୍ତୋଷ ଦାଶ):୬ ଦଫା ଦାବି ନେଇ ନିମାପଡ଼ା ତହସିଲ ସମ୍ମୁଖରେ ନିମାପଡା ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଆଠ ଘଣ୍ଟିଆ ଅନଶନ ଓ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ତୃଟିପୂର୍ଣ୍ଣ ବନ୍ୟା ପରିଚାଳନା କାରଣରୁ ଚଳିତ ବର୍ଷ ବନ୍ୟା ମନୁଷ୍ୟ କୃତ,ଧନୁଆରେ ବନ୍ୟା ପରିଚାଳନା ପାଇଁ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିବା,ଦଳୀୟ ଆଧାରରେ ରିଲିଫ୍ ସାମଗ୍ରୀ ଓ ପଲିଥିନ ବଣ୍ଟନକୁ ଭାଜପା ଦୃଢ଼ ନିନ୍ଦା କରିବା ସହିତ ଆଗକୁ ବନ୍ୟାର କ୍ଷୟକ୍ଷତି ଆକଳନ ଓ ହିତାଧିକାରୀ ଚୟନ ଦଳୀୟ ଭିତ୍ତିରେ ନକରି କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଚିଠାରେ ସାମିଲ କରିବା,ଚାଷୀ କୂଳ ପ୍ରତିବର୍ଷ ବନ୍ୟାରେ ହତାସ ନହେବା ନିମନ୍ତେ ସ୍ଥାୟୀ ପ୍ରତିକାର,କୁଶଭଦ୍ରା ଓ ଭାର୍ଗବୀ ନଦୀବନ୍ଧ ମରାମତିରେ କୋଟି କୋଟି ଟଙ୍କାର ଦୁର୍ନୀତି ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହଯୋଗୀ ତଥା ସମ୍ପର୍କୀୟ ମାନେ ଠିକାଦାରୀ କରି ନଦୀବନ୍ଧ ଦୁର୍ବଳ କରୁଥିବା ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ ଏବଂ କେନ୍ଦ୍ର ସରକାର ପଠାଉଥିବା କୋଟି କୋଟି ଟଙ୍କା ଜନସାଧାରଣଙ୍କ ହିତରେ ନ ଲାଗି ବାଟମାରଣା ଇତ୍ୟାଦି ଛଦଫା ଦାବି ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।ଏହିପରି ପ୍ରଶାସନିକ ଅବହେଳା ଓ ଜନବିରୋଧୀ ନିତି ଜାରି ରହିଲେ ଆଗକୁ ଭାଜପା ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଭାଜପା ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ପ୍ରକାଶ କରିଛନ୍ତି।ଅନଶନ ସ୍ଥଳରେ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ଭାଜପା ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ(ରିଙ୍କୁ), ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର,ଦିଲ୍ଲୀପ ନାୟକ,ପୂର୍ଣ୍ଣଚନ୍ଦ୍ର ଓଝା,ସ୍ବପ୍ନ କୁମାର ମିଶ୍ର, ସ୍ବର୍ଣ୍ଣ ପ୍ରଭା ମାଝୀ, କାଉନସିଲର ନିରଞ୍ଜନ ନାୟକ,ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, ରାକେଶ କୁମାର ବାରିକ, ତିଳୋତ୍ତମା ବାରିକଙ୍କ ସମେତ ସମସ୍ତ ନିର୍ବାଚିତ କାଉନସିଲର,ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ଦଳୀୟ କର୍ମକର୍ତ୍ତାଙ୍କ ସମେତ ଶହ ଶହ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ