ତହସିଲ ପକ୍ଷରୁ ଚୋରାଚାଲାଣ ହେଉଥିବା ୫ ଗାଡି ରୁ ଗୋଟାଏ ଦିନରେ ପ୍ରାୟ ଲକ୍ଷେ ଟଙ୍କାର ଜୋରିମାନା ଆଦାୟ
ଛତ୍ରପୁର, (ଦେବଦତ୍ତ ମହାରଣା):ତହସିଲ ପକ୍ଷରୁ ଆଜି ଗୋଟାଏ ଦିନରେ ପ୍ରାୟ ୧ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଓ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନଙ୍କ ତତ୍ୱାବଧାନରେ ଅଂଚଳର ବିଭିନ୍ନ ସ୍ଥାନରେ ବେଆଇନ ବାଲି ଓ ମୋରମ ଚୋରାଚାଲାଣ ଉପରେ ଚଢାଉ କରାଯାଇଥିଲା । କାରାବାରରେ ସଂପୃକ୍ତ ଥିବା ଯାନବାହାନ ଗୁଡିକ ଯାଂଚ କରାଯାଇ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ତିନୋଟି ବେଆଇନ ବାଲି ଚୋରାଚାଲାଣ କରୁଥିବା ଟ୍ରକ ଠାରୁ ୭୫ ହଜାର ଜୋରିମାନା ଆଦାୟ କରାଯାଇଥିବା ବେଳେ ସୁନ୍ଦରପୁର ଅଂଚଳରୁ ବେଆଇନ ଭାବେ ଦୁଇ ଟ୍ରାକ୍ଟଟକୁ ଜବତ କରି ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି


