ତହସିଲ ପ୍ରତିଷ୍ଠା ଦିବସକୁ ନେଇ ଦ୍ୱନ୍ଦ

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ତହସିଲ କାର୍ଯ୍ୟାଳୟ ପ୍ରତିଷ୍ଠା ଦିବସକୁ ନେଇ ଦ୍ୱନ୍ଦ ଉପୁଯିଛି । ତହସିଲ କାର୍ଯ୍ୟାଳୟରେ ଦୁଇଗୋଟି ସ୍ଥାନରେ ଦୁଇଟି ଭିନ୍ନ ଭିନ୍ନ ତାରିଖ ଲେଖାଯାଇ ଥିବାରୁ କେଉଁଟା ଠିକ କେଉଁଟା ଭୁଲ ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ତହସିଲ ଗେଟରେ ୧/୧୨/୧୦୮୨ରେ ସ୍ଥାପିତ ବୋଲି ଲେଖାଯାଇ ଥିବାବେଳେ ପାଖରେ ଥିବା ଆଉ ଏକ ନାମ ଫଳକରେ ସ୍ଥାପିତ ୨୧-୦୮-୧୯୮୫ ବୋଲି ଉଲେଖ ଅଛି । ତେବେ ଏହି ଦୁଇଟି ମଧ୍ୟରୁ କେଉଁଟା ଠିକ୍ ବୋଲି ସାଧାରଣ ଲୋକମାନେ ପ୍ରଶ୍ନ କରୁଛନ୍ତି । ଏ ସମ୍ପକରେ ତହସିଲ କର୍ତ୍ତୁପକ୍ଷଙ୍କୁ ପଚାରିବାରେ ସେ ତୁରନ୍ତ ଏହାକୁ ଠିକ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ