ତହସିଲ ସମ୍ମୁଖରେ ଧାରଣା ଦେଲେ ତାମ୍ପଳା ଗ୍ରାମବାସୀ
ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ତାମ୍ପଳା ଗ୍ରାମରେ ଜଳ ନିସ୍କାସନ ହେଉ ନଥିବାରୁ ଗ୍ରାମରେ ଅନେକ ଲୋକଙ୍କ ଘରେ ପାଣି ପସିବା ସହ ଏକର ,କର ଚାଷଜମି ନଷ୍ଟ ହୋଇଯିବା ପ୍ରତିବାଦରେ ଆଜି ୩୦ରୁ ଉର୍ଦ୍ଧ ଗ୍ରାମବାସୀ ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ । ତହସିଲ କାର୍ଯ୍ୟାଳୟରେ ଆଜି କୌଣସି ଅଧିକାରୀ ନଥିବାବେଳେ ସକାଳ ୧୦ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଧାରଣାରେ ବସିବସି ଘରକୁ ଫେରି ଆସିଥିଲେ । ସେମାନଙ୍କ ଅଭିଯୋଗ ଯେ ତାମ୍ପଳା ଗ୍ରାମର ପୁର୍ବ ଦିଗରେ ଆର.ଡି ରାସ୍ତାର ଉତ୍ତର ଦିଗରେ ବ୍ରାଞ୍ଚ କେନାଲର ବନ୍ଧ ପଟେ ପୋଖରୀ ଠାରୁ କେନାଲକୁ ସରକାରୀ ରାସ୍ତା ଅଛି । ଦକ୍ଷିଣ ଦିଗରେ ଆର.ଡି ରାସ୍ତାରୁ ପୋଖରୀକୁ ସରକାରୀ ରାସ୍ତା ଓ ଜଳ ନିସ୍କାସନ ପାଇଁ ପାଣି ମାହାରା ଅଛି । ଏହାର ମଧ୍ୟ ସ୍ଥଳରେ ଶହେ ଏକରରୁ ଉର୍ଦ୍ଧ ଚାଷଜମି ଅଛି । ଜଳନିସ୍କାସନ ପାଇଁ ପୁର୍ବରୁ ଦୁଇଗୋଟି ସୋଠ ଥିବାବେଳ ଏହି ସୋଠ ଦେଇ ବର୍ଷାଜଳ ନିସ୍କାସନ ହୋଇଥାଏ । କିନ୍ତୁ ଏହି ସୋଠ ଦୁଇଟିର ମୁହଁକୁ ଗ୍ରାମର ଦୁଇଜଣ ବ୍ୟକ୍ତି ମାଟିପକାଇ ପୋତି ଦେବାରୁ ଏବେ ଗାଁର ଉତ୍ତର ପଟ ସମ୍ପୁୁର୍ଣ୍ଣ ଜଳମଗ୍ନ ହୋଇ ଯାଇଛି । ଏହିସବୁ କିଆରୀରେ ହୋଇଥିବା ଧାନ ଚାଷ କ୍ଷତିଗ୍ରସ୍ଥ ହୋଇଥିବାବେଳେ ଅନେକ ଲୋକଙ୍କ ଧାନତଳି ସବୁ ପଚି ନଷ୍ଟ ହୋଇଯାଇଛି । ଏପରିକି ଆଜି ଗ୍ରାମର କିଛି ବ୍ୟକ୍ତିଙ୍କ ଘରେ ପାଣି ପସିଯିବା ସହ ଆଉ କିଛି ଘରକୁ ପାଣି ଭିତର ଦେଇ ଯାତାୟତ କରିବାକୁ ପଡୁଛି । ଏହି ସୋଠ ମୁହଁକୁ ଜବରଦଖଲ କରିଥିବାରୁ ଏହି ଜବରଦଖଲ ହଟାଇବା ଲାଗି ଗତ ୨୦ତାରିଖ ଦିନ ଗ୍ରାମବାସୀମାନେ ଉପଜିଳ୍ଲାପାଳଙ୍କୁ ଭେଟିଥିବାବେଳେ ସେ ତହସିଲଦାରଙ୍କୁ କୁହ ଓ ଥାନାରେ ଅଭିଯୋଗ କର ବୋଲି ପରାମର୍ଶ ଦେଇଥିଲେ । ଗ୍ରାମବାସୀମାନେ ୨୦ତାରିଖରେ ଥାନାରେ ଅଭିଯୋଗ କରିଥିବାବେଳେ ପୁଲିସ ଘଟଣାସ୍ଥଳକୁ ଯାଇ ଏହା ତହସିଲଦାରଙ୍କ କାମ କହି ପଳାଇ ଆସିଥିଲେ । ୨୫ତାରିଖରେ ତହସିଲଦାରଙ୍କୁ ଗ୍ରାମବାସୀମାନେ ଭେଟିବାପରେ ସେ ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କହିଥିଲେ । ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାପରେ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ ରିପୋର୍ଟ କରିଥିଲେବି ତହସିଲଦାର ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ତହସିଲଦାରଙ୍କୁ ଭେଟିବା ପାଇଁ ଗ୍ରାମବାସୀମାନେ ତହସିଲକୁ ଆସୁଥିବାବେଳେ ତହସିଲଦାରଙ୍କୁ ନପାଇ ଫେରୁଛନ୍ତି । ଫଳରେ ଆଜି ଗ୍ରାମର ଦୀନବନ୍ଧୁ କର,ମଧୁସୁଦନ ମହାପାତ୍ର, ତପନ କୁମାର ମହାପାତ୍ର, ଅଜୟ ସା, ଜଗବନ୍ଧୁ କର, ରାମଚନ୍ଦ୍ର ମହାରଣା, ସନାତନ ସାହୁ, ଭାଗିରଥି ସାମଲ, ଗୋଲକ ବିହାରୀ ମହାପାତ୍ର, ଗୟାଧର ଶଙ୍ଖୁଆ, ରାଜୀବ ମହାପାତ୍ର, ମାଳତୀ ସାହୁ, ରତ୍ନମଣୀ ରାଉଳ, ପ୍ରୀୟଦର୍ଶନୀ କରଙ୍କ ସମେତ ୩୦ରୁ ଉର୍ଦ୍ଧ ଗ୍ରାମବାସୀ ଅଭିଯୋଗ କରିବା ସହିତ ଆଜି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସକାଳ ୧୦ଟା ଠାରୁ ଲୋକମାନେ ଧାରଣାରେ ବସିଥିଲେବି ଅପରାହ୍ନ ୪ଟା ସୁଧା କେହି ଅଧିକାରୀ ସେମାନଙ୍କ ନିକଟକୁ ୍ରଆସିନଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ପରବର୍ତ୍ତୀ ସମୟରେ ସେମାନେ ଛୁୂଆପିଲାଙ୍କୁ ଧରି ତହସିଲ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।