ତାଙ୍କ ଜ୍ବାଇଁ
ଯେତିକି ଜାଣିଛି
ସେତିକି କହୁଛି
ଖାଲି ସତ ମିଛ ନାହିଁ,
ଆମ ଦେଶ ଚୋର
ବିଲାତରେ ସାଧୁ
ଲାଜ ଲାଗେ କହି କହି ।
ଚୋରି କରି କରି
ଲାଜ ନ ଲାଗଇ
ଛାତି ଫୁଲାଇ ଚାଲଇ,
ୟାକୁ ତାକୁ ଧରି
ଦେଶ ଛାଡିଦେଇ
ବିଦେଶେ ରହଇ ଯାଇ ।
ଯାହାକୁ ଧରିଲା
ବଡ ଚୋର ଥିଲା
ଧରାପଡି ନାହିଁ ସେହି,
ସବୁ ଗଳାବାଟ
ତାକୁ ଜଣାଥିଲା
ୟାକୁ ଦେଲା ସେ ବତାଇ ।
ଏହି ଭଳି କରି
ଲୁଟି ଲୁଟି ଦେଶ
ବିଦେଶେ ବୁଲନ୍ତି ଯାଇ,
ବିଦେଶ ଆଇନ୍
କେମିତି କେଜାଣି
ଆମ ଚୋର ତାଙ୍କ ଜ୍ବାଇଁ ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ