ତାପମାତ୍ର ଓ ପରିବେଶ ସୁରକ୍ଷା ପାଇଁ ଗୁରାଣ୍ଡିରେ ଯୁବଗୋଷ୍ଠୀଙ୍କ ଚାରାରୋପଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଗ୍ରାମାଞ୍ଚଳରେ ଗୁରାଣ୍ଡି ଗ୍ରାମର ଯୁବ ଗୋଷ୍ଠୀଙ୍କ ଦ୍ବାରା ଚାରାରୋପଣ କରାଯାଇଛି। ଉତ୍ତାପ ବୃଦ୍ଧି ପରିବେଶର ସୁରକ୍ଷା ପାଇଁ ଏହି ଯୁବଗୋଷ୍ଠୀ ଗୁରାଣ୍ଡି ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନର ଚାଷ ଜମି ହିଡ, ପୋଖରୀ ନିକଟ, ଖାଲି ପଡ଼ିଆରେ ଚାରାରୋପଣ କରିଥିଲେ I ବୃକ୍ଷଲତା ହାନୀ ଯୋଗୁଁ ‌‌ ଦିନକୁ ଦିନ ବଢ଼ୁଥ‌ିବା ତାପମାତ୍ରା, ଜଳବାୟୁରେ ପରିବର୍ତ୍ତନ, ଅଭାବୀ ବର୍ଷା, ପରିବେଶ ପ୍ରଦୂଷଣ ଆଦି ବିଶେଷ ଭାବେ ବୃଦ୍ଧି ପାଉଛି | ଧରାପୃଷ୍ଠରକୁ ସୁରକ୍ଷା ଦେବାକୁ ହେଲେ ବୃକ୍ଷ ହିଁ ଏକ ମାତ୍ର ବିକଳ୍ପ ବୋଲି ହୃଦବୋଧ କରି ଏହି ଯୁବ ଗୋଷ୍ଠୀ ନିଜସ୍ବ ଉଦ୍ୟମରେ ଗଛ ଲଗାଇବା ସହ ଗଛକୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି I ଯେଉଁ ସ୍ଥାନରେ ଚାରାରୋପଣ କରିଛନ୍ତି ତାର ସୁରକ୍ଷା ଦାୟିତ୍ବ ଠାରୁ ଆରମ୍ଭ କରି ଗଛ ବଡ ହେବା ପର୍ଯ୍ୟନ୍ତ କାମ କରିବୁ ବୋଲି ଯୁବଗୋଷ୍ଠୀ ସଦସ୍ୟ କେ. ଆଦିନାରାୟଣା, ଏନ୍ ଭେଙ୍କଟରାଓ, ଲଳିତ କୁମାର ରାଉତ, ମହେନ୍ଦ୍ର ପାତ୍ର, ଏସ୍. ମୋହନ ରାଓ, ଜି. ରାଜେଶ, ସୁଶାନ୍ତ କୁମାର ସାମଲ, ରୋହିତ କୁମାର ନାୟକ, ଡି ହେମାଞ୍ଚଳମ୍, ସନ୍ତୋଷ କୁମାର ବେହେରା, ରାଜୁ ପଣ୍ଡା, ତୁଳସୀ କିଶୋର, ଡି. ପ୍ରଦୀପ, ଟି. ରମେଶ ଓ ଏନ୍. ଜଗଦୀଶ ପ୍ରମୁଖ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ