ତାପ୍ତର୍ଯ୍ୟ
ବି ପିନ ବିହାରୀ ମହାନ୍ତି
ଯିଏ ଅବାଟର ବାଟକୁ , ଅନ୍ଧକାରରୁ ଆଲୋକକୁ , ମାନବତ୍ତ୍ୱରୁ ଦେବତ୍ତ୍ୱକୁ ଏବଂ ମୃତ୍ୟୁରୁ ବୈକୁଣ୍ଠକୁ ରାସ୍ତା ଦେଖାନ୍ତି ସିଏହିଁ ଯଥାର୍ଥରେ ଗୁରୁ । ଗୁରୁ ଶଦ୍ଦର ଅର୍ଥ ଓଜନିଆ । ପୁନଶ୍ଚ ଓଜନିଆ ଶଦ୍ଦର ତାତ୍ତ୍ୱିକ ଶଦ୍ଦାର୍ଥ ହେଉଛି ନମ୍ରତା,ଜ୍ଞାନ , ସଦାଚାର ପ୍ରବିତ୍ରତା, ବିନମ୍ରତା… ଇତ୍ୟାଦି ସୁଗୁଣାବଳୀ । ଏମିତିରେ ଗୁରୁମାନଙ୍କୁ କେହି ତିନିଶ୍ରେଣୀରେ ବିଭକ୍ତ କରିଛନ୍ତି : ପିତାମାତା ପ୍ରଥମ ଗୁରୁ ; ଶିକ୍ଷାଗୁରୁ ହେଲେ ଦ୍ୱିତୀୟ ଗୁରୁ ଏବଂ ତୃତୀୟ ଗୁରୁ ହେଲେ ଦୀକ୍ଷାଗୁରୁ । କେହି ଗୁରୁମାନଙ୍କୁ ବ୍ରହ୍ମା ,ବିଷ୍ଣ ଏବଂ ମହେଶ୍ୱର ରୂପେ ଆଖ୍ୟାୟିତ କରିଛନ୍ତି । ତେବେ ଗୁରୁଙ୍କ କଥାଟି ଏତିକିରେ ସୀମା ବଦ୍ଧ ନୁହେଁ । ମୋଟ ଉପରେ ଯାହାଠାରୁ ଆମେ କିଛି ଉଚିତ ଶିକ୍ଷା ଗ୍ରହଣ କରୁ , ସେ ଆମ ଗୁରୁ । ଏହି ଅର୍ଥରେ ଅବଧୂତଙ୍କର ଚବିଶଗୁରୁ; ସେମାନେ ହେଲେ ପୃଥିବୀ ,ବାୟୁ, ଆକାଶ, ଜଳ, ଅଗ୍ନି, ଚନ୍ଦ୍ରମା, ରବି, କପୋତ ,ଅଜଗର,ସିନ୍ଧୁ, ପତଂଗ, ମଧୁକର , ଗଜ, ମଧୁହରଣକାରୀ , ହରିଣ , ମୀନ, ପିଂଗଳା, କୁରର, ଅଭିକ, କୁମାରୀ, ଶରକୃତ୍, ସର୍ପ, ଉର୍ଣ୍ଣନାଭ ଓ ସୁେ‘କୃତ ।
ଜୀବନ ଏକ ଶିକ୍ଷଣ ପକ୍ରିୟା । ଏହି ପ୍ରକ୍ରିୟାରେ ଯିଏ ଆମକୁ ଶିକ୍ଷା ଦେଲା ସିଏ ଶିକ୍ଷକ ବା ଗୁରୁ । ତେବେ ଗୁରୁଙ୍କୁ ନେଇ ଭାଗବତରେ ଏହିପରି ଲେଖା ଯାଉଛି :-
ସାକ୍ଷେତେ ଗୁରୁ ସେ ଇଶ୍ୱର ଗୁରୁଙ୍କୁ ନମଣିବ ନର ।
ଗୁରୁଟି ସର୍ବ ଧର୍ମମୟେ ମୁହିଁ ବସଇ ଗୁରୁଦେହେ ।
ଏ ଘେନି ଗୁରୁ ଭଗବାନ ସେ ନୋହେ ମନୁଷ୍ୟ ସମାନ ।
ମୋତେ ପୂଜିବ ଗୁରୁଦେହେ ମୋ ତହୁଁ ଗୁରୁ ଭିନ୍ନ ନୋହେ
ମନ ବଚନ ନିଜ ଦେହେ ନିତ୍ୟ ସେବିବ ଗୁରୁ ପାୟେ ।
ଅର୍ଥାତ ଗୁରୁହିଁ ଈଶ୍ୱର । ଗୁରୁ ପୂଜା ହିଁ ଈଶ୍ୱରଙ୍କ ପୂଜା । ଗୁରୁ ବ୍ରହ୍ମ,ବିଷ୍ଣୁ ଓ ମହେଶ୍ୱରଙ୍କ ସହିତ ସମକକ୍ଷ ବୋଲି ଶାସ୍ତ୍ରମାନେ ମତ ଦିଅନ୍ତି । ସିଏହିଁ ପ୍ରକୃତ ଗୁରୁ ଯିଏ ଅଜ୍ଞାନ ରୂପକ ଅନ୍ଧକାରକୁ ଆମକୁ ଜ୍ଞାନ ରୂପକ ଆଲୋକ ନିକଟକୁ ଆଣିଥାନ୍ତି ।
ବହୁ ପୁରାତନ କାଳରୁ ଭାରତବର୍ଷରେ ଗରୁ ଶିଷ୍ୟ ପରମ୍ପପରା ଚାଲିଆସିଛି । ଗୁରୁ ଏବଂ ଈଶ୍ୱରଙ୍କ ମଧ୍ୟରେ କିଏ ବଡ? ଏହି ଅର୍ଥରେ ଶାସ୍ତ୍ର ଏବଂ ଉପନିଷଦମାନେ କୁହନ୍ତି ଯେ ଗୁରୁଙ୍କ ସ୍ଥାନହିଁ ପ୍ରଥମ । କାରଣ ଗୁରୁଙ୍କର ଆର୍ଶୀବାଦ ବିନା ଈଶ୍ୱର କୃପା ମିଳି ପାରିବ ନାହିଁ । ଗୁରୁହିଁ ସକଳ କୃତିତ୍ୱର ମାର୍ଗ ଏବଂ ମାର୍ଗଦର୍ଶକ । ଉପଯୁକ୍ତ ଗୁରୁ ଏବଂ ତାଙ୍କର ଆଦର୍ଶ ପାଇଁ ଶିଷ୍ୟମାନେ ଧନ୍ୟ । ଅନ୍ୟ ଅର୍ଥରେ ଉପଯୁକ୍ତ ଶିଷ୍ୟହିଁ ଉପଯୁକ୍ତ ଗୁରୁର ମର୍ଯ୍ୟଦା ରକ୍ଷା କରିପାରେ । ଗୁରୁଙ୍କ ଆଶୀର୍ବାଦରେ ୍ ପଙ୍ଗ୍ୁବି ପର୍ବତ ଲଙ୍ଘିପାରେ ଏବଂ ଅଭିଶାପୁ ଠିକ୍ବେଳେ ମହାଭାରତ ଯୁଦ୍ଧରେ କର୍ଣ୍ଣଙ୍କ ମନ୍ତ୍ର ମନେ ନପଡିବା ଏବଂ ରଥ ଚକ ଭାଙ୍ଗିଲା ପରି, ଶିଷ୍ୟର ପ୍ରଭୃତ କ୍ଷତି ହୋଇଥାଏ । ପ୍ରାକ ବୈଦିକ ଯୁଗରେ ଏଯାବତ୍ ସାରା ବିଶ୍ୱରେ ଗୁରୁଶିଷ୍ୟଙ୍କ ସଂପର୍କ ଅଧ୍ୟୟନ କଲେ ଛାତ୍ରଙ୍କ କୃତିତ୍ୱ ପାଇଁ : ଗୁରୁ କୃପା କେବଳମ୍ ।
ହିନ୍ଦୁ ଧର୍ମରେ ଦ୍ରୋଣ , ବଶିଷ୍ଠ, ବିଶ୍ୱାମିତ୍ର , ବାଲ୍ମୀକିଙ୍କ ଭଳି ବହୁ ମହାନ ଗୁରୁମାନଙ୍କର ଦୃଷ୍ଟ୍ରାନ୍ତ ଥିଲାବେଳେ ସେମାନଙ୍କର ଯୋଗ୍ୟତମ ଶିଷ୍ୟ ଯଥାକ୍ରମେ ଅର୍ଜୁନ ,ରାମ, ଲବକୁଶ ଏବଂ ଏକଲବ୍ୟ ଭଳି ମଧ୍ୟ ଦୃଷ୍ଟି ଗୋଚର ହୁଅନ୍ତି । ରାଜନୀତି କ୍ଷେତ୍ରରେ ଚାଣକ୍ୟ ଏବଂ ଚନ୍ଦ୍ରଗୁପ୍ତ ,ଗୁରୁ ରାମଦାସ ଓ ଶୀବାଜୀ ଏବଂ ଏମିତି ଆହୁରି ଅଛନ୍ତି । ରମାକାନ୍ତ ଆକରେକର ଏବଂ ସଚିନ ତେନ୍ଦୁଲକର, କପିଳଦେବ ଓ ଆଜାଦଙ୍କର କଥା ଉଲ୍ଲେଖନୀୟ । ବେଦ ଯୁଗରେ ସଂଖ୍ୟାଧିକ ଗୁରୁଙ୍କର ଗୁରୁତ୍ୱ ଥିଲା କାରଣ ବେଦଗୁଡିକ ଶୁଣଇ ଶୁଣି ମନେ ରଖୁଥିବା ହେତୁ ଏହାକୁ ଶ୍ରୁତି କୁହନ୍ତି । ଏହାକୁ ଶୁଣାଇବା ପାଇଁ ଗୁରୁମାନଙ୍କ ଯଥେଷ୍ଟ ଆବଶ୍ୟକତା ଥିଲା ଉଭୟ ଜ୍ଞାନରେ ଓ ସଂଖ୍ୟାରେ ।
ସେହିପରି ବିଶ୍ୱର ମାନସିକ ତଥା ବୌଦ୍ଧିକ ପରିବର୍ତ୍ତନରେ ଗୁରୁମାନଙ୍କର ସ୍ଥାନ ଅନସ୍ୱୀକାର୍ଯ୍ୟ । ଏ ଦୃଷ୍ଟିରୁ କନ‘ିସିୟସ, ଲାତ୍ସୀ ଗାରିବାଲ୍ଡି ଏବଂ ମହାତ୍ମା ଗାନ୍ଧିଙ୍କପରି ଗୁରୁମାନଙ୍କର ଦୃଷ୍ଟାନ୍ତ ବିରଳ ନୁହେଁ । ଦର୍ଶନ କ୍ଷେତ୍ରରେ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ପରି ଗୁରୁଙ୍କର ପଟାନ୍ତର ନାହିଁ । ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ଜୋହାନ ଆମୋସ ଓ କୋମେନିଅସ୍ , ସେମିତି ସଂପର୍କରେ ଆରିଷ୍ଟୋଟଲ ଓ ଆଲେକଜଣ୍ଡାର, ଏହିକ୍ରମରେ ସକ୍ରେଟିସ ଇତ୍ୟାଦି କେତେ ବିଶ୍ୱଗୁରୁ ଅଛନ୍ତି ଯାହାଙ୍କ ଯୋଗୁଁ ଗୁରୁ ଓ ଶିଷ୍ୟ ଉଭୟ ଧନ୍ୟ , ଅର୍ଥାତ୍ ଯେମିତି ଗୁରୁଙ୍କୁ ସେମିିତି ଶିଷ୍ୟ ।
ଗୁରୁହିଁ ଦ୍ୱିତୀୟ ପିତାମାତା । ସମାଜ ଓ ବ୍ୟକ୍ତି ପାଇଁ ଗୁରୁ ହେଉଛନ୍ତି ଏକ ଅବିଚ୍ଛେଦ୍ୟ ଅଙ୍ଗ । ସୃଷ୍ଟିର ଆରମ୍ଭରୁ ଏଯାବତ୍ ଏମିତି କିଛି ବିକାଶମୂଳକ କାର୍ଯ୍ୟ ହୋଇନାହିଁ, ଯେଉଁଥିରେ ଗୁରୁଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ହାତ ବା ପ୍ରେରଣା ନାହିଁ ।
ଛାତ୍ରଛାତ୍ରୀଙ୍କର ଭବିଷ୍ୟ ଗଢିବାରେ ଶିକ୍ଷକଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ । ସେହିମାନେ ହିଁ ତାଙ୍କ କଳାର କୁଶଳରେ ରାଷ୍ଟ୍ର ଗଠନ କରନ୍ତି । ଏଣୁ ସମାଜରେ ସେହିମାନଙ୍କର ଗୁରୁତ୍ୱକୁ ଉପଲବଧି କରି ୧୯୮୪ ମସିହା ଅକ୍ଟୋବର ୫ ତାରିଖ ଠାରୁ ବିଶ୍ୱ ଶିକ୍ଷକ ବା ଗୁରୁଦିବସ ପାଳିତ ହୋଇ ଆସୁଛି ବର୍ତ୍ତମାନ ବିଶ୍ୱର ଶତାଧିକ ଦେଶ ଏହି ଦିବସଟିକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରନ୍ତି । ଏଥିପାଇଁ ଏଜୁକେଶନ ଇଣ୍ଟରନ୍ୟାସନାଲ ପକ୍ଷରୁ ବିଶ୍ୱର ସ୍ଥାନରେ ଶିକ୍ଷକତା ବୃତ୍ତି ଉପରେ ସଚେତନାତା ସୃଷ୍ଟି କରିବା ପାଇଁ କ୍ୟାମ୍ପର ଆୟୋଜନ କରାଯାଉଛି ।
ଏଠାରେ ସୂଚନା ଯୋଗ୍ୟ ଯେ ଗୁରୁଦିବସ ପାଳନରେ ଭାରତ ହେଉଛି ପ୍ରଥମ ଦେଶ । ଏହିଦିବସଟି ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କର ଜନ୍ମତିଥି ରୂପେ ପାଳିତ ହେଲେହେଁ ସେ ଏହାକୁ ଗୁରୁମାନଙ୍କର ଉଦ୍ଦେଶ୍ୟରେ “ଗୁରୁଦିବସ” ରୂପେ ସମାପିତ କରିଛନ୍ତି । ତାଙ୍କର ଜନ୍ମ ସେପ୍ଟେମ୍ବର ୫, ୧୮୮୮ ମସିହାରେ ହୋଇଥିଲା । ସେ ଏକାଧାରାରେ ଜଣେ ମହାନ୍ ଦାର୍ଶନିକ ଲେଖକ, ବିଦ୍ୱାନ, ବିଚକ୍ଷଣ ରାଜନୀତଜ୍ଞ ଓ ରାଷ୍ଟ୍ରନେତା ଥିଲେ । ନିଜର ପଢାପରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଂଗ ଇତ୍ୟାଦି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ଦର୍ଶନ ଶାସ୍ତ୍ର ପଢାଇଥିଲେ । ୧୯୩୯-୧୮୪୮ ଯାଏଁ ସେ ବନାରସର ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ଥିଲେ ଏବଂ ଭାରତିୟ ଦର୍ଶକ କଂଗ୍ରେସର ଦୁଇଥର ସଭାପତି ଥିଲେ । ଜଣେ କୂଟନୀତିଜ୍ଞ ଭାବ ସେ ରୁଷିଆରେ ସଭାପତି ପକ୍ଷରୁ ନିଯୁକ୍ତି ହୋଇଥିଲେ । ୧୮୫୨ ମସିହାରେ ସେ ସ୍ୱାଧିନ ଭାରତରେ ପ୍ରଥମ ଉପରାଷ୍ଟ୍ରପତି ଏବଂ ୧୯୬୨ ମସିହାରେ ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଭାରତର ସର୍ବୋଚ୍ଚ ଆସନ ଅଳଙ୍କୃତ କରିଥିଲେ ତାଙ୍କର ଦେହାନ୍ତ ୧୯୭୫ ମସିହାରେ ହୋଇଥିଲା । ଏହି ପରି ଜଣେ ମହାନଆତ୍ମାଙ୍କ ପ୍ରତି ଉତ୍ସର୍ଗକୃତି ଏକ ଦିବସ ସେପ୍ଟେମ୍ବର ୫, “ ଗୁରୁଦିବସ” ।
ଏବେ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଶିକ୍ଷକ ଦିବସ ପାଳନ କରାଯାଏ । ଯେମିତ ଭାରତ ପାଇଁ ସେପ୍ଟମ୍ବର ୫, ସେମିତି ଚୀନ ପାଇଁ ସେପ୍ଟେମ୍ବ ୧୦, ତାଇୱାନା ପାଇଁ ସେପ୍ଟମ୍ବର ୨୮ , ଯୁକ୍ତରାଷ୍ଟ୍ର ପାଇଁ ଆମେରିକାର ମେ ମାସ ପ୍ରଥମ ମଂଗଳ ବାର ଦିନ ଗୁରୁଦିବସ ରୂପେ ପାଳିତ ହୁଏ…..ଇତ୍ୟାଦି । ଆସନ୍ତୁ ଆମେ ଆମ ଗୁରୁଦିବସ ପାଳନରେ ଅଂଶୀଦାର ହେବା …….ତସ୍ମେଂଶ୍ରୀ ଗୁରବେ ନମଃ ।
ଅଧ୍ୟକ୍ଷ
ଓଡିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ମହାନ୍ତି, ପାଠାଗାର, ଜଟଣୀ ଦୂରଭାଷା:୯୯୩୮୩୪୪୧୩୮