ତାମିଲନାଡୁରୁ ଓଡିଶା ଫେରୁଥିବା ୨୩ଯୁବକଙ୍କୁ ଅଟକ ରଖିଲା ଆନ୍ଧ୍ର ପୁଲିସ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ସମଗ୍ର ଦେଶରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଚାଲୁଥିବାବେଳେ ଅନେକ ଶିଳ୍ପ ସଂସ୍ଥା ବନ୍ଦ ହୋଇଯାଇଛି । କମ୍ପାନୀ କର୍ତ୍ତୁପକ୍ଷ ଶ୍ରମିକ ମାନଙ୍କୁ ଉପଯୁକ୍ତ ସହଯୋଗ ନକରିବାରୁ ଶ୍ରମିକମାନେ ଘରମୁହାଁ ହୋଇ କିଏ ଚାଲି ଚାଲି ତ ଆଉ କିଏ ସାଇକେଲରେ ପଳାଇ ଆସୁଛନ୍ତି । ସେମାନେ ତାମିଲନାଡୁର ଶ୍ରୀପେରମ୍ବଦୁର ଠାରେ ଏକ ପ୍ଲାଏଉଡ କମ୍ପାନୀରେ କାମ କରୁଥିବା ହାଟଡିହି ବ୍ଲକର କୁରାଢ଼ିଘସା, ଆନନ୍ଦପୁରର ବେଲବାହାଳି, ଖଲଣା, କଟକ, ଭୁବନେଶ୍ୱର, ଜଗତସିଂହପୁର ଆଦି ଜିଲ୍ଲାର ୨୩ଜଣ ଶ୍ରମିକ ସାଇକେଲରେ ଓଡିଶା ପଳାଇ ଆସୁôତବାବେଳେ ସେମାନଙ୍କୁ ଆନ୍ଧ୍ର ପୁଲିସ ନେଲୁର ଠାରେ ଅଟକ ରଖିଛି । ଶ୍ରମିକ ମାନଙ୍କୁ ଗତ ତିନିଦିନ ହେଲା ନବନୀତ ପବ୍ଲିକ ସ୍କୁଲରେ କ୍ୱାରେଣ୍ଟାଇନରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇ ଦେଇଥିବା ଶ୍ରମିକମାନେ ଜଣାଇଛନ୍ତି । ସେମାନେ ଗତ ଦୁର୍ଗାପୂଜା ଠାରୁ ଓଡିଶାରୁ ଯାଇ ସେଠାରେ କାର୍ଯ୍ୟ କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ