ତାମିଲନାଡୁରେ ଓଡିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ତାମିଲନାଡୁରେ ଗତ ଚାରୀ ମାସ ଧରି କନଷ୍ଟ୍ରକସନ କମ୍ପାନୀରେ ଦିନ ମଜୁରିଆ ଭାବେ କାମ କରୁଥିବା ଓଡିଆ ଯୁବକଙ୍କ ସୀତାରାମ ନାଇକଙ୍କ ଅଚାନକ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ସଂନ୍ଧ୍ୟାରେ ଗ୍ରାମରେ ପହଞ୍ଚିଛି ମୃତଦେହ । ମିଳିଥିବା ସୂଚନା ଅନୁଯାୟୀ ଗତ ୧୫ ତାରିଖରେ ହଠାତ ଅସୁସ୍ଥ ହୋଇଥିବାରୁ ସାଥିମାନେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା ଡାକ୍ତର କରିଥିଲେ । ଯୁବକଙ୍କ ସହ କର୍ମୀ ମାନେ ପରିବାରଙ୍କୁ ଖବର ଦେବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରାମରେ ଶବ ପହଞ୍ଚିଛି । ଏହି ଖବର ଦ୍ରୁତ ଗତିରେ ପ୍ରଚାର ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଅନ୍ୟ ପଟେ ଯୁବକଙ୍କ ପରିବାର ପ୍ରତିପୋଷଣ ନିମନ୍ତେ ତାମିଲନାଡୁକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁକୁ ନେଇ ପରିବାର ଭାଙ୍ଗି ପଡିଥିବା ବେଳେ ସରକାରୀ ଆର୍ଥିକ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।