ତାମିଲନାଡୁରେ ଗଜପତିର ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମରେ ଜଣେ ଦାଦନ ଶ୍ରମିକର ମୃତ୍ୟୁ ତାମିଲନାଡୁରେ ହୋଇଥିବା ଜଣାଯାଇଛି. ସୂଚନା ଅନୁଯାୟୀ ଗାଇବା ଗ୍ରାମର ପ୍ରତିନିଧି ବେବାର୍ତ୍ତା ବୟସ ୫୩ ଦୀର୍ଘ କିଛି ବର୍ଷ ହେଲା ନିଜ ପରିବାରକୁ ନେଇ ତାମିଲନାଡୁ ରାଜ୍ୟ ପାଳିକାରନି ଜିଲ୍ଲାର ଚିଚିଲାପକମ ସହରରେ ଦାଦନ ଶ୍ରମିକ ଭାବେ ଲେବର କାମ କରିଆସୁଥିଲା ପରିବାର ଭରଣପୋଷଣରେ ଅସକ୍ଷମ ଅନୁଭବ ହେଉଥିବା ଯୋଗୁଁ ବିଲଡିଙ୍ଗ ନିର୍ମାଣ କାମରେ ପରିବାର ସହ କାମ କରି ଆସୁଥିଲେ. ହେଲେ ହଠାତ କିଛି ଦିନ ତଳେ ପ୍ରତିନିଧି ବେବାର୍ତ୍ତା ଅସୁସ୍ଥତା ଯୋଗୁଁ ଏକ ପ୍ରାଇଭେଟ ମେଡିକାଲରେ ପ୍ରତିନିଧି ବେବାର୍ତ୍ତା ଚିକିତ୍ସ ପାଇଁ ଭର୍ତ୍ତି ହୋଇଥିଲେ. କିନ୍ତୁ ଗତକାଲି ତାଙ୍କୁ ଡ଼କ୍ଟର ମୃତ୍ୟୁ ଘୋଷଣା କରିଛନ୍ତି. ପରିବାରର ଲୋକେ ଅତ୍ୟନ୍ତ ଗରିବ ଶ୍ରେଣୀର. ତେଣୁ ଶବ ଆଣିବାକୁ ଅର୍ଥର ଆବଶ୍ୟକ ହେବାରୁ ଓଡ଼ିଶା ରାଜ୍ୟରୁ ଯେତେ ଦାଦନ ଶ୍ରମିକମାନେ ତାମିଲନାଡୁ ରାଜ୍ୟରେ କାମ କରୁଛନ୍ତି ସେମାନେ ପ୍ରତିନିଧି ବେବାର୍ତ୍ତାଙ୍କ ମୃତ୍ୟୁ ଖବର ଶୁଣି କିଛି କିଛି ଟଙ୍କା ଚାନ୍ଦା କରି ମୃତ୍ୟୁ ପରିବାରକୁ ଦେଲେ. ସେହି ଟଙ୍କାରେ ପରିବାର ଲୋକେ ମୃତ୍ୟୁ ଶରୀରକୁ ନିଜ ଜନ୍ମ ଗାଁକୁ ଆଣି ପାରିଲେ. ଗୁମ୍ମା ବ୍ଲକରେ ଏହି ଭଳି ଦାଦନ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବର୍ଷକୁ ବର୍ଷ ବଡ଼ି ଚାଲୁଛି. ନିଜ ଜନ୍ମ ମାଟିରେ ଶ୍ରମିକ ଭାବେ ଖଟିବା ପାଇଁ କୌଣସି କାମ ଧନ୍ଦା ମିଳିନଥିବାରୁ ଏହି ଅଞ୍ଚଳର ବହୁ ଶ୍ରମିକ ଭିଟା ମାଟି ଛାଡି ରାଜ୍ୟ ବାହାରକୁ ଯାଇ ସେଠାରେ ଅତ୍ୟଧିକ ପରିଶ୍ରମ କରିବା ଦ୍ୱାରା ମୃତ୍ୟୁବରଣ କରୁଛନ୍ତି. ସରକାର ଏନେଇ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିବା ସହ ମୃତ ଶ୍ରମିକର ପରିବାରକୁ ଆର୍ଥିକ ସାହାର୍ଯ୍ୟ ଯୋଗାଇବା ପାଇଁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ