ତାମିଲନାଡୁରେ ଫସିଛନ୍ତି ମାରୈଗାଁର ୫୦ରୁ ଉର୍ଦ୍ଧ ଶ୍ରମିକ
ହାଟଡ଼ିହି,(ସୋମ୍ୟରଞ୍ଜନ ଆଚାର୍ଯ୍ୟ): ତାମିଲନାଡୁର କୋୟମ୍ବାଟୁର ଜିଲ୍ଲାର ଆଥିକାଡୁ ଠାରେ ଏଲପିଟିରେ କାମ କରିବାକୁ ଯାଇଥିବା ମାରୈଗାଁର ୫୦ଜଣ କେନ୍ଦୁଝର ଜିଲ୍ଲାର ୧୨୫ଜଣ ଓ ଗଞ୍ଜାମ ଜିଲ୍ଲାର ୨୫ଜଣଙ୍କ ସମେତ ସମଗ୍ର ରାଜ୍ୟର ଦୁଇଶହରୁ ଉର୍ଦ୍ଧ ଶ୍ରମିକ ଭୋକ ଉପାସରେ କାଳାତିପାତ କରୁଛନ୍ତି । ଲକଡାଉନ ହୋଇଯିବାପରେ କମ୍ପାନୀ କାମ ବନ୍ଦ କରିଦେବାରୁ ଯାହା ସେମାନଙ୍କ ପାଖରେ ପଇସା ଥିଲା ତାହା ସରିଗଲାଣି । ଖାଇବାକୁ କିଛି ନାହିଁ ଏପରି ପରିସ୍ଥିତିରେ ସେମାନେ ଫସି ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଶତୃଘ୍ନ ମିଶ୍ର, ଦେବେନ୍ଦ୍ର ଜେନା, ଶେଷଦେବ ପଣ୍ଡା, ମନୋରଞ୍ଜନ ଘଡେଇ, ଘନଣ୍ୟାମ ସା, ଆକୁଳ ଜେନା, ଭାବଗ୍ରାହୀ ପଣ୍ଡା, ଆନନ୍ଦ ଜେନା, ଅଜିତ ଜେନା ପ୍ରମୁଖ ନିବେଦନ କରିଛନ୍ତି । ରାଜ୍ୟସରକାର ଟୋଲଫି ନମ୍ବର ଯୋଗେ ସେମାନଙ୍କୁ ଯୋଗାଯୋଗ କରିବାକୁ ଯେଉଁ ନମ୍ବର ଦେଇଥିଲା ତାହା କେବେବି ଲାଗୁନି । ସେମାନେ ଦୁଇଦିନ ହେଲା ସରକାରଙ୍କୁ ସେମାନଙ୍କ ସମ୍ବନ୍ଧରେ ସୁଚନା ଦେବାକୁ ଲାଗିଥିଲେବି ସଫଳ ହୋଇ ପାରି ନାହାନ୍ତି । ସେଠାକାର କମ୍ପାନୀ କର୍ତ୍ତୁପକ୍ଷ କିମ୍ବା ସେଠାକାର ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବା ସେମାନେ ଅଭିଯୋଗ କରିଛନ୍ତି ।