ତାମିଲନାଡୁରେ ଫସିଥିବା ୧୫ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ନିମନ୍ତେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିବେଦନ କଲେ

ଛତ୍ରପୁର : ବିଶ୍ୱ ସମୁଦାୟ ରେ କରୋନା ଭୁତାଣୁ ମହାମାରୀ ରୂପ ନେଇ ଆତଙ୍କିତ କରିଥିବା ବେଳେ ଭାରତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ ଡାଉନ ଘୋଷଣା କରାଯାଇଛି।ଫଳରେ ରେଳ ଚଳାଚଳ,ଯାନବାହାନ ଗମନା ଗମନ ଠପ ହେବା ସହ ଦୋକାନ ବଜାର ବନ୍ଦ ରହିଛି । ଏପରି ସ୍ଥଳେ ଜୀବନ ଜୀବିକା ପାଇଁ ବିଭିନ୍ନ ରାଜ୍ୟରେ ଦାଦନ ଖଟିବାକୁ ଯାଇଥିବା ଗରିବ ଶ୍ରେଣୀର ଦାଦନ ଶ୍ରମିକ ମାନେ କାମ ଧନ୍ଦା ହରାଇବା ସହ ଭୋକ ଉପାସରେ ଦୁର୍ଦ୍ଦିନରେ ରେ ସେହି ସ୍ଥାନ ମାନଙ୍କରେ କାଳ ତିପାତ କରୁଥିବା ଦେଖିବାକୁ ମିଳିଛି। ଗଞ୍ଜାମ ବ୍ଲକ ର ସୁବଳୟା ପଞ୍ଚାୟତ ବାଦପଲ୍ଲୀ ଗ୍ରାମର ୧୫ଜଣ ଗରିବ ଶ୍ରେଣୀର ଯୁବକ ତାମିଲନାଡୁ ରାଜ୍ୟର କୋଇମ୍ଵାଟୁର ଅଞ୍ଚଳ ରେ ରହି ଅର୍ଥାଭାରୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଜଣାଇବା ପରେ ପରିବାର ଵର୍ଗ ଚିନ୍ତିତ ହୋଇପଡିଛନ୍ତି। ଯାହାକୁ ନେଇ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଭାଜପା ନେତା କୀର୍ତ୍ତନ ଦାସ ଓଡିଶା ସରକାର ଙ୍କ ଦ୍ଵାରା ଜାରି କରାଇଥିବା ହେଲ୍ପ ଲାଇନ ନମ୍ବର ୦୬୭୪୨୩୯୨୨୧୫ ଓ ୯୪୩୮୯୧୫୯୮୬କୁ ଯୋଗାଯୋଗ କରି ବିଫଳ ହେବା ହୋଇଥିବା କହିଛନ୍ତି।ଫଳରେ ଭୋକ ଉପାସରେ ସେଠାରେ ସଙ୍କଟାପନ୍ନ ଭାବରେ ରହିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସୋମବାର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ୧୫ଜଣ ଶ୍ରମିକଙ୍କ ନାମ ଏବଂ ମୋବାଇଲ ନମ୍ବର ସହ ଙ୍କ ଅନୁରୋଧ ପତ୍ର ଗଞ୍ଜାମ ଜ଼ିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଦିଆଯାଇଛି l ସେମାନଙ୍କୁ ତୁରନ୍ତ ଓଡିଶା ଆଣିବା ନିମନ୍ତେ ଦାସ ପୂର୍ଵ ରୁ ରେ ଗଞ୍ଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ରାୟ ଓ ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ ଙ୍କୁ ମଧ୍ୟ ଏ ନେଇ ଅବଗତ କରାଛନ୍ତି ବୋଲି ସେ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ