ତାମିଲନାଡୁ ରେ ଆୟକର ବିଭାଗ ର ଚଢାଉ

ତାମିଲନାଡୁରେ ନିର୍ବାଚନରେ ବ୍ୟବହୃତ ହେଉଥିବା ଅବୈଧ ଟଙ୍କାକୁ ଆୟକର ବିଭାଗ ରେଡ କରିଛି । ଚେନ୍ନାଇ, ନାମକଲ୍ଲ, ଏବଂ ତିରୁନେଲବେଲୀରେ ୧୮ ସ୍ଥାନରେ ଏହି ରେଡ ହୋଇଛି । ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏକ କଂଷ୍ଟ୍ରକସନ କମ୍ପାନୀ ସମେତ ବହୁ ସ୍ଥାନରେ କରାଯାଇଥିବା ରେଡରୁ ୧୪.୮୦ କୋଟି ଟଙ୍କା ଏବଂ ବିଭିନ୍ନ ଦସ୍ତାବିଜ ଜବତ କରାଯାଇଛି ।

ସେହି ସମୟରେ ଚେନ୍ନାଇର ଇନଭେଷ୍ଟିଗେଟିଭ ୱିଙ୍ଗ ଟଙ୍କା ବାଂଟୁଥିବା ଏକ ଗ୍ୟାଙ୍ଗକୁ ଧରିଛନ୍ତି । ସେମାନେ ନିର୍ବାଚନ ପାଇଁ ଟଙ୍କା ବାଂଟୁଥିବା ଆୟକର ବିଭାଗକୁ ସୂଚନା ମିଳିଥିଲା । ସେହି ଭଳି ଆକାଶ ଭାସ୍କରନ ଏବଂ ସୁଜଇ ରେଡୀ ନାମକ ଦୁଇ ଜଣ ବ୍ୟକ୍ତିଙ୍କ ଠିକଣା ସ୍ଥଳ ମଧ୍ୟ ତଲାଶ କରାଯାଇଛି । ଆୟକର ବିଭାଗ କହିଛି କି, ରେଡି ନିକଟରୁ ୧୬ ଲକ୍ଷ ନଗଦ ଟଙ୍କା ଏବଂ ମଲେସିୟାରେ ନିବେଶ କରାଯାଇଥିବା ୧୬ କୋଟି ଟଙ୍କାର ଦସ୍ତାବିଜ ଜବତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ