ତାମିଲନାଡୁ ରେ ପୁଣି ଦାଦନ ଶ୍ରମିକ ମୃତ୍ୟୁ
କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ମାନଝରି ଗ୍ରାମର ଦୁଇ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ଖବର ପହଞ୍ଚି ଥିବା ବେଳେ ଅଞ୍ଚଳ ରେ ଶୋକ ଛାୟା ଖେଳିଯାଇଛି।ବିଶେଷ ସୂତ୍ର ରୁ ଜଣା ପଡେ ମୃତ ଦୁଇ ଜଣ ହେଲେ ପ୍ରମିଳା ଚାନ୍ଦି( ୨୨)ଓ ମଦନା ବତୀ ଚାନ୍ଦି (୧୮)ବୋଲି ଜଣାପଡିଛି।ଗତ ଜାନୁଆରୀ ମାସ ରେ ତାମିଲନାଡୁ ଯାଇ ଏକ ଇଟା ଭାଟିରେ ଦାଦନ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ।ଆଜି ସକାଳ ପ୍ରାୟ ୧୨ସମୟରେ ଇଟା ଭାଟିରେ କାମ କରୁଥିବା ଅବସ୍ଥାରେ ଚାପି ହୋଇ ମୃତ୍ୟୁ ହୋଇଥିବା ଖବର ମିଳେ।ତେବେ ମୃତକ ଙ୍କ ସମ୍ପର୍କୀୟ ଭାଇ ଙ୍କ କହିବା ଅନୁସାରେ ସେଠାକାର ପୋଲିସ ଘଟଣା ସ୍ଥଳ କୁ ଆସି ଶବ ବ୍ୟବଚ୍ଛେଦ କରିବା ସହ ଶବ ସତ୍କାର କରିଥିବା ଜଣାପଡିଛି। ମୃତକ ଦୁହେଁ ଗୋଟାଏ ପରିବାର ହୋଇଥିବା ଜଣାପଡିଛି।


