ତାମିଲନାଡୁ ଶ୍ରମିକଙ୍କୁ ଗାଡି କରି ପଠାଇଲେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ତମିଲନାଡୁର ବସ୍ ରେ ଆସି ଭଞ୍ଜନଗର ଠାରୁ ଜଗନ୍ନାଥ ପ୍ରସାଦ ଚାଲି ଚାଲି ଯାଉଥିବା ୧୨ ଜଣ ଶ୍ରମିକଙ୍କୁ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ଗାଡି କରି ପଠାଇଥିବା ଜଣାପଡିଛି ।ଖବର ନେବାରୁ ଜଣାପଡିଛି ଯେ, ଜଗନ୍ନାଥ ପ୍ରସାଦ ବ୍ଳକ ଅଞ୍ଚଳର ୧୨ ଜଣ ଶ୍ରମିକ ଗତ ସୋମବାର ଠାରୁ ଏକ ବସ୍ ରେ ତାମିଲନାଡୁରୁ ଫେରିଥିଲେ ।ବସ ଟି ତାମିଲନାଡୁଠାରୁ ପ୍ରାୟ ୪୫ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଞ୍ଜନଗର ଅଭିମୁଖେ ଆସିଥିଲେ ।୧୨ ଜଣ ଶ୍ରମିକଙ୍କୁ ଛାଡି ବାକି ଶ୍ରମିକ ଭଞ୍ଜନଗର ବ୍ଳକ୍ ଓ ବ୍ଳକ୍ ଅଞ୍ଚଳର ହୋଇଥିବା ବେଳେ ଅନୁମତି ପତ୍ର ଭଞ୍ଜନଗର ପର୍ଯ୍ୟନ୍ତ ଥିବା ବେଳେ ସମସ୍ତ ଶ୍ରମିକଙ୍କୁ ଭଞ୍ଜନଗର ଠାରେ ଓହ୍ଲାଇଦେଇ ଥିଲେ ।ଫଳରେ ଜଗନ୍ନାଥ ପ୍ରସାଦ ବ୍ଳକ୍ ର ଏହି ୧୨ଜଣ ଶ୍ରମିକ ଅନ୍ୟ ଉପାୟ ନ ପାଇ ଭଞ୍ଜନଗର ଠାରୁ ଜଗନ୍ନାଥ ପ୍ରସାଦ ଚାଲି ଚାଲି ଯିବା ପାଇଁ ସ୍ଥିର କରି ବେଲଗୁଣ୍ଠା ଆସିଥିଲେ ।ସହରର କିଛି ବ୍ୟକ୍ତି ଏମାନଙ୍କୁ ଦେଖି ବେଲଗୁଣ୍ଠା ପ୍ରେସ୍ କ୍ଳବର କିଛି ସଦସ୍ୟଙ୍କୁ ଫୋନ୍ କରି ସେମାନଙ୍କ ବିଷୟରେ ଜଣାଇଥିଲେ ।ପ୍ରେସ କ୍ଳବ ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ ଉକ୍ତ ଶ୍ରମିକଙ୍କ ନିକଟରେ ପହଞ୍ଚି ଘଟଣା ବୁଝିବା ସହ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କୁ ଜଣାଇଥିଲେ ଏବଂ ସେମାନଙ୍କୁ ବିସ୍କେଟ ଖାଇବାକୁ ଦେଇଥିଲେ ।ଫାଣ୍ଡି ଅଧିକାରୀ ଶ୍ରୀ ସାହୁ ତୁରନ୍ତ ପଦକ୍ଷେପ ନେଇ ଏକ ଗାଡି କରି ସେମାନଙ୍କୁ ଜଗନ୍ନାଥ ପ୍ରସାଦ ପଠାଇଥିଲେ ।କରୋନା ବିପକ୍ଷରେ ଜନସାଧାରଣ ଲଢ଼େଇ ଜାରିରଖିଥିବା ବେଳେ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏ ପରି ପରିସ୍ଥିତିରେ ପୋଲିସ ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧି ମାନେ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ ସହଯୋଗ ଜାରିରଖିଛନ୍ତି ।ଫାଣ୍ଡି ଅଧିକାରୀ ଓ ବେଲଗୁଣ୍ଠା ପ୍ରେସ୍ କ୍ଳବର ସହଯୋଗ ପାଇ ଏହି ୧୨ ଜଣ ଶ୍ରମିକ ସାଧୁବାଦ ଜଣାଇବା ସହ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ