ତାମିଲ ଫିଲ୍ମରେ ଡେବ୍ୟୁ କରିବେ ଅମିତାଭ
ମୁମ୍ବାଇ: ବଲିଉଡ୍ର ଶେହେନ୍ସା ନିଜର ବ୍ୟକ୍ତିତ୍ୱ ଓ ନିଷ୍ଠାପର କାର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ସାଉଁଟୁଥିବା ବେଳେ ପ୍ରଶଂସକ ମଧ୍ୟ ତାଙ୍କୁ ବେଶ୍ ପସନ୍ଦ କରନ୍ତି । ଫିଲ୍ମ ଜଗତରେ ଥିବା ଅମିତାଭ ବଚ୍ଚନଙ୍କ ଅବଦାନ ପାଇଁ ସେ ବହୁଗୁଡ଼ିଏ ପୁରସ୍କାରରେ ପୁରସ୍କୃତ ମଧ୍ୟ ହୋଇସାରିଛନ୍ତି । ମଙ୍ଗଳବାର ଅମିତାଭଙ୍କୁ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି । ତେବେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ୭୬ବର୍ଷୀୟ ବିଗ ବି ଶିଖିବା କ୍ଷେତ୍ରରେ ହେଉ ବା କୌଣସି କାର୍ଯ୍ୟର ଆରମ୍ଭ, ଏଥିପାଇଁ କୌଣସି ବୟସ ତାରତମ୍ୟ ନ ଥାଏ ବୋଲି ସୂଚାଇ ଦେଇଛନ୍ତି । ଏହି ବୟସରେ ମଧ୍ୟ ବିଗ ବି ତାମିଲ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମ “ସଇ ରା ନରସିମ୍ହା ରେ‡ୀ’ ଜରିଆରେ ଅମିତାଭ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅମିତାଭ ବଚ୍ଚନ ଓ ତାମିଲ ଷ୍ଟାର ଚିରଞ୍ଜିବ ନଜର ଆସିବେ । ଅମିତାଭ ଗୁରୁ ଓ ଚିରଞ୍ଜିବ ଶିଷ୍ୟ ଚରିତ୍ରରେ ନଜର ଆସିବେ । ପୂର୍ବରୁ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । ଯୋଦ୍ଧା ଓୟାଲାୱାଦା ନରସିମ୍ହା ରେ‡ୀଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମ ଅକ୍ଟୋବର ୨ରେ ପରଦାକୁ ଆସିବ ।


