ତାମ୍ପରାରେ ଓଲଟିଲା ଡଙ୍ଗା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲା ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଦେଶୀ ଡଙ୍ଗାରେ କାଠ ପାଇଁ ତାମ୍ପରା ଅପରପକ୍ଷ ଝାଉଁ ଜଙ୍ଗଲକୁ ଯାଇଥିଲେ ଦୁଇ ମହିଳା ବନିତା ବେହେରା ଓ ପୁଷ୍ପା ବେହେରା। ଦୁହେଁ ସମ୍ପର୍କୀୟ ନଣଦ ଓ ଭାଉଜ ଅଟନ୍ତି,ପରେ ସେମାନେ ଡଙ୍ଗାରେ ଜାଳେଣି କାଠ ଧରି ଘରକୁ ଫେରୁଥିବା ବେଳେ ବାଟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ହେଲେ ନଣନ ବନିତା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଭାଉଜ ପୁଷ୍ପା ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ଖୋଜାଖୋଜି କରିଥିଲେ। ଘଣ୍ଟାଏ ପରିଶ୍ରମ ପରେ ପୁଷ୍ପାଙ୍କ ମୃତଦେହ ମିଳିଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଅନ୍ୟପଟେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ପହଁଚି ମୃତ ମହିଳା ଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହିତ କିପରି ଶୀଘ୍ର ମୃତ ଦେହକୁ ବ୍ୟବଛେଦ କରାଯିବ ସେଥିପାଇଁ ହସ୍ପିଟାଲ ଅଧିକ୍ଷିକ ଙ୍କୁ ପରାମର୍ଶ ଦେଇଥିଲେ, ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ ହସ୍ପିଟାଲ ରେ ପହଁଚି ମୃତ ପୁଷ୍ପା ଙ୍କ ପରିବାର ବର୍ଗ ଙ୍କୁ ଭେଟି ରେଡକ୍ରସ ପାଣ୍ଠି ରୁ 30ହଜାର ଟଙ୍କା ତାଙ୍କ ସ୍ୱାମୀ ଙ୍କୁ ପ୍ରଦାନ କରିଥିଲେ, ଏହି ଅବସର ରେ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ପୋଡାପଦର ସରପଞ୍ଚ ସୁଜାତା ଦାସ, ପୂର୍ବତନ ସମିତି ସଭ୍ୟ ସାନୁ ସେଠି, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷିକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼ ଙ୍କ ସମେତ ବହୁ ଅଂଚଳବାସୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ