ତାମ୍ପଳା ଗ୍ରାମରୁ ୧୫ଲକ୍ଷରୁ ଉର୍ଦ୍ଧ ଲୁଟ ଘଟଣା
ହାଟଡ଼ିହି, (ବିକାଶ ବିଶ୍ୱାଳ):ଗତ ୩୦ତାରିଖ ରାତିରେ ନନ୍ଦିପଦା ଥାନା ଅଧିନସ୍ଥ ତାମ୍ପାଳା ଗ୍ରାମରେ ଘଟିଥିବା ଲୁଟ ଘଟଣାରେ ପୁଲିସ ଆଜି ପର୍ଯ୍ୟନ୍ତ ଲୁଟରୋ ମାନଙ୍କୁ ଠାବ କରିବାରେ ବିଫଳ ହୋଇଛି । ୧ତାରିଖ ଦିନ ଏନେଇ ଥାନାରେ ଅଭିଯୋଗ ହୋଇଥିଲେବି ପୁଲିସ ମାମଲା ରୁଜୁକରି ଚୁପ ହୋଇ ବସିଯାଇଥିବା ନେଇ ଲୁଟର ଶୀକାର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଏ ସମ୍ପର୍କରେ ସ୍ଥାନୀୟ ଜଣେ ପୁର୍ବତନ ଜନପ୍ରତିନିଧି ପୁଲିସକୁ ପଚାରିବାରୁ ତଦନ୍ତକାରୀ ଅଧିକାରୀ ସଂପୃକ୍ତ ଲୋକ ପ୍ରତିନିଧିଙ୍କୁ ର୍ଦୁବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ପୁଲିସ ଉପଯୁକ୍ତ ତଦନ୍ତ ନକରି ଅନ୍ଧାରରେ ବାଡି ବୁଲାଉଛି ବୋଲି ଅଭିଯୋଗ ହୋଇଛି । ଏଠାରେ ସୁଚନାଯୋଗ୍ୟ ଯେ ଗତ ୩୦ତାରିଖ ରାତିରେ ଗ୍ରାମର ନାରାୟଣ ସେନାପତିଙ୍କ ପରିବାର ଲୋକେ ଘରେ ତାଲା ପକାଇ ଗାଁରେ ହେଉଥିବା ଅପେରା ଦେଖିବାକୁ ଚାଲିଯାଇଥିଲେ । ମାତ୍ର ରାତି ଦୁଇଟାରେ ଘରକୁ ଫେରିବା ବେଳକୁ ତାଙ୍କ ଘରୁ ନଗଦ ୩ଲକ୍ଷ ଟଙ୍କା ସମେତ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଲୁଟ ହୋଇ ସାରିଥିଲା ।


