ତାମ୍ବୀରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବର୍ଷିକ ଉତ୍ସବ
ବୁଗୁଡା – ବୁଗୁଡା ବ୍ଲକ ଅନ୍ତର୍ଗତ ତାମ୍ବୀରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଯାଇଛି। ଏହି ବାର୍ଷିକ ଉତ୍ସବକୁ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ। ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କ।ର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ କମାରାଜୁ ନାୟକ, ଏସଏମସି ସଭାପତି ଅଳିଅ ଗୌଡ଼ ଯୋଗଦେଇ ଥିଲେ।ଏହି ଅବସରରେ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ସ୍କୁଲର ଛାତ୍ରଛାତ୍ରୀ ମାନେ ସାସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷକ ପ୍ରତାପ ଚନ୍ଦ୍ର ଆରୁଖ,ଓ ପ୍ରଦୀପ କୁମାର ସେଠୀ,ଶିକ୍ଷୟିତ୍ରୀ କବିତା ରାଣୀ ସୁବୁଦ୍ଧି,ଓ ସୁଜାତା ମଳିକ ଏବଂ ପରିଚାଳନା କମିଟିର ସଦସ୍ୟା କ।ର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


