ତାରକାନାଥ ହୋଟେଲକୁ ସିଲ୍ କଲା
ରାଇରଙ୍ଗପୁର,(ଯୁଗାବ୍ଦ ନୁ୍ୟଜ୍) : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଂଚଳରେ ବିଶିଷ୍ଟ ବ୍ୟବସାୟୀ ଦିନେଶ ଦାସ ବ୍ୟାଙ୍କର ଋଣ ଖିଲାପ କରିନଥିବାରୁ ତାଙ୍କ ହୋଟେଲକୁ ସିଲ୍ କରିଦିଆଯାଇଛି । ଛୋଟ ଛୋଟ କମ୍ପାନୀ ଥିବା ବେଳେ ଏହାକୁ ଆଧାର କରି ବରୋଦା ବ୍ୟାଙ୍କ ଠାରୁ ୩୦ କୋଟି ରୁ ଉଦ୍ଧ୍ୱର୍ଟଙ୍କା ଋଣ ଧାର ଆଣିଥିଲେ । ସୁଧ ମୂଳ ମିଶି ୫୦ କୋଟି ଟଙ୍କାରୁ ଉଦ୍ଧର୍୍ ହେବ ବୋଲି ବ୍ୟାଙ୍କ କର୍ତ୍ତୁପକ୍ଷ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବ୍ୟାଙ୍କ ତରଫରୁ ବାରମ୍ବାର ଚିଠି ଚିଠି ଲେଖିଥିଲେ ମଧ୍ୟ ସେ କୈାଣସି ଗୁରୁତ୍ୱ ଦେଇନଥିଲେ ।ଏହା ପରେ ବ୍ୟାଙ୍କ କତ୍ତୁପକ୍ଷ ହାଇକୋର୍ଟରେ ଏକ ମାମଲା ପରେ ହାଇକୋର୍ଟ ହୋଟେଲକୁ ସିଲ୍ କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ରାୟ ବଳରେ ଆଜି ମାଜିଷ୍ଟ୍ରେଟ ରାଇରଙ୍ଗପୁର ତହସିଲଦାର ଯୋଗରଂଜନ ନାୟକ ,ରାଇରଙ୍ଗପୁର ଟାଉନଥାନାଧିକାରୀ ରଂଜନ ସେଠୀ,ଏସାଇ ସଂଗିତା ଦାସ ବରୋଦା ବ୍ୟାଙ୍କ ରାଞ୍ଚିର କତୃପକ୍ଷ ମନୋଜ ଗୁପ୍ତା ,କୋର୍ଟ କମିଶନର ଆଶୀଷ ମହାନ୍ତି,ସରୋଜ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହି ହୋଟେଲ ଲଜର ସମସ୍ତ କୋଠରୀ ଓ ତୁମକୁ ଜଉମୁଦ ସହ ସିଲ କରିଥିଲେ ।ହୋଟେଲରେ ରହୁଥିବା ଗ୍ରାହକ ହଠାତ ତାଙ୍କୁ ରୁମ ଛାଡିବା ପାଇଁ କୁହାଯାଇନଥିଲା ।ସେମାନେ ପ୍ରସ୍ତୁତ ନ ଥିଲେ ।ସେମାନେ ରୁମ ଛାଡିବା ପାଇଁ ନାହିଁ ନ ଥିବା ଅସୁବିଧାରେ ପଡିଥିଲେ ।ତାରକାନାଥ ହୋଟେଲର ମାଲିକ ଦିନେଶ ଦାସ ସିଲ ଶେଷ ହେଲା ପର୍ଯ୍ୟନ୍ତ ପହଞ୍ଚି ନ ଥିଲେ କି ଯୋଗାଯୋଗରେ ନ ଥିଲେ।ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ବ୍ୟବସାୟୀ ଦୀପେନ୍ଦ୍ର ଦାସଙ୍କ ତାରକାନାଥ ହୋଟେଲରେ ସିଲ ନେଇ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ ।ବ୍ୟାଙ୍କ କତୃପକ୍ଷ ସୂଚାଇଥିଲେ କି ଯେଉଁମାନେ ବ୍ୟାଙ୍କ ଋଣ ନେଇ ଖିଲାଫ କରିବେ ।ସେମାନଙ୍କୁ ଏଭଳି ଅସୁବିଧାରେ ପଡିବ ।ତେଣୁ ବ୍ୟାଙ୍କ ଋଣଖିଲାଫକାରୀ ମାନେ ସତର୍କ ରହିବା ଉଚିତ ।