ତାରକେଶ୍ୱର ପଣ୍ଡା ମେମୋରିଆଲ ଏକ ଦିବସୀୟ ସୁପର ସିକ୍ସ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ଷ୍ଟାଡିୟମ ପରିସରରେ ଦିନିକିଆ ଷ୍ଟାଡିୟମ କ୍ରିକେଟ ଟିମ୍ ପକ୍ଷରୁ ତାରକେଶ୍ୱର ପଣ୍ଡା ମେମୋରିଆଲ ସୁପର ସିକ୍ସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଗଞ୍ଜାମ ଜିଲ୍ଲାର ୮ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ପ୍ରାରମ୍ଭରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ନିଜେ ବ୍ୟାଟିଂ କରି ଖେଳ କୁ ଶୁଭାରମ୍ଭ କରିଥିଲେ। ଉଦଘାଟନୀ ମ୍ୟାଚ ନିଳାଦ୍ରୀପୁର ଆରାଧ୍ୟ ଇଲେଭେନ ସହ ପାଲିଆ ଛତ୍ରପୁରର ଇଲେଭେନ ୱଆରିଅର୍ସ ସହ କଡ଼ା ମୁକାବିଲା ହୋଇଥିଲା। ୧ ରନ୍ ରେ ଆରାଧ୍ୟ ଇଲେଭେନ ବିଜୟ ହୋଇଥିଲା। ସେହିପରି ଉଦଯାପନୀ ମ୍ଯାଚ(ଫାଇନାଲ) ବ୍ରହ୍ମପୁରର ସନସାଇନ ଇଲେଭେନ ସହ ବୁଢାମ୍ବ ର ଗଞ୍ଜାମ ଇଲେଭେନ ମଧ୍ୟ ରେ କଡ଼ା ମୁକାବିଲା ହୋଇଥିଲା । ପ୍ରଥମେ ଗଞ୍ଜାମ ଇଲେଭେନ ବ୍ୟାଟିଂ କରି ୭ ଓଭରରେ ୮ଟି ୱିକେଟ ହରାଇ ୪୪ ରନ୍ ସଂଗ୍ରହ କରି ଥିବା ବେଳେ ଏହାକୁ ବ୍ରହ୍ମପୁର ର ସନସାଇନ ଇଲେଭେନ ପିଛା କରି ୬.୨ ଓଭରରେ ୨ଟି ୱିକେଟ ହରାଇ ୪୭ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିଲେ। ଉଦଯାପନୀ ସମାରୋହରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଯୁବ ବିଜେଡି ନଗର ସଭାପତି ଟି.ଚନ୍ଦ୍ର ଶେଖର ରାଓ, କ୍ରୀଡାବିତ କମଲ ପଣ୍ଡା, ବିଜେଡି ନେତା ଏନ୍ ଗିରିଧର ରାଓ,ପୂର୍ବତନ କାଉନସିଲର ବାଦଲ କୁମାର ପାଣ୍ଡି, ୟୁଥ ମାସ ସେବା ସଂଘ ର ସମ୍ପାଦକ ସୟଦ ମୁକ୍ତାର ଯୋଗଦେଇ ଥିଲେ l ପରେ ଅତିଥି ମାନଙ୍କ ଦ୍ୱାରା ବିଜେତା ଦଳକୁ ଟ୍ରଫି ସହ ୧୦ ହଜାର ଏକ ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ପରାଜିତ ଦଳକୁ ଟ୍ରଫି ସହ ୬ ହଜାର ୧ ଟଙ୍କା ପ୍ରଦାନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବେଷ୍ଟ ବ୍ୟାଟ୍ସ ମ୍ୟାନ ଭାବେ ଦଣ୍ଡପାଣି, ବେଷ୍ଟ ବୋଲର ଭାବେ ରୁଦ୍ର, ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ବିଜୟ, ମ୍ୟାନ ଅଫ୍ ସିରିଜ୍ ଭାବେ ଦଣ୍ଡପାଣି ଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟକୁ ଷ୍ଟାଡିୟମ କ୍ରିକେଟ ଟିମ୍ ର ରବି, ହରି, ମାନସ, ବିଜୟ, ସୁବ୍ରତ, ବାଲୁ, ସୁମନ୍ତ, ସୋଭନଙ୍କ ସମେତ ବହୁ କ୍ରିଡ଼ା ପ୍ରେମୀ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ