ତାରାତାରିଣୀ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମିଳିଲା ଅନୁମୋଦନ

ଭୁବନେଶ୍ୱର: – ଦକ୍ଷିଣ ଓଡିଶାର ପ୍ରମୁଖ ଶକ୍ତିପୀଠ ମାନଙ୍କ ମଧ୍ୟରେ ଅନ୍ୟତମ ତାରାତାରିଣୀ ମନ୍ଦିରର ଉନ୍ନତିକରଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହା ସହିତ ନିର୍ମାଣ କାମ ଠିକ୍ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଯୋଜନା ଅନୁସାରେ ମନ୍ଦିରରେ ସିଂହଦ୍ୱାରର ଉନ୍ନତିକରଣ ସହ ଯାତ୍ରୀଙ୍କ ପାଇଁ ସୁବିଧା କରାଯିବ। ସେହିଭଳି ପ୍ରସାଦ ସେବନ ମଣ୍ଡପ, ମୁଣ୍ଡନ ଗୃହ ଓ ଶୌଚାଳୟର ବ୍ୟବସ୍ଥା ମଧ୍ୟ କରାଯିବ। ମନ୍ଦିର ପାଖରେ ପୁଲିସ ଆଉଟ୍ପୋଷ୍ଟ ଓ ଓ୍ଵାଚ୍ଟାଓ୍ଵାର ମଧ୍ୟ ନିର୍ମାଣ କରାଯିବ। ଯାତ୍ରୀଙ୍କ ସୁବିଧା ଲାଗି ଫୁଡ କିଓସ୍କ, ପିଇବା ପାଣି, ଜୋତା ଷ୍ଟାଣ୍ଡ, ହାତ ଧୋଇବା ପାଇଁ ବ୍ୟବସ୍ଥା, ବିଶ୍ରାମ ପାଇଁ ମଣ୍ଡପ ଓ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ କରାଯିବ। ସେହିଭଳି ପାହାଡ଼ ଉପରେ ଯୋଗାଭ୍ୟାସ ପାଇଁ ଏକ ହଲ୍ ନିର୍ମାଣ ହେବ। ତାରାତାରିଣୀ ପୀଠକୁ ଜାତୀୟ ପର‌୍ୟ୍ୟଟନସ୍ଥଳୀର ରୂପ ଦିଆଯିବ। ଭାରତର ପୂରାତନ ଶକ୍ତିପୀଠଗୁଡ଼ିକ ମଧ୍ୟରୁ ତାରାତାରିଣୀ ହେଉଛି ଅନ୍ୟତମ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ