ତାରାସିଙ୍ଗି ସେକ୍ଟରରେ ପୋଷଣ ଦିବସ ପାଳନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭିନ୍ନ ଭିନ୍ନ ଖାଦ୍ୟରୁ ଅଲଗା ପ୍ରକାରର ଭିଟାମିନ ମିଳେ। ପ୍ରତିଦିନ ସବୁପ୍ରକାର ଖାଦ୍ୟ ଖାଇଲେ ଆମ ଶରୀରକୁ ସଠିକ ପୋଷଣ ମିଳିପାରେ। ଫଳରେ ଆମର ମାନସିକ ବିକାଶ ହୋଇଥାଏ। ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ତାଜା ଖାଦ୍ୟ ଖାଇଲେ ସେଥିରୁ ଆବଶ୍ୟକୀୟ ପୁଷ୍ଟି ପାଇପାରନ୍ତି। ଚିନି ଓ ଲୁଣକୁ ଅଧିକ ମାତ୍ରାରେ ଖାଇଲେ ଶରୀରରେ ଚର୍ବି ବଢ଼ିଥାଏ ଯାହା ମେଦବହୁଳତାକୁ ପ୍ରଶୟ ଦେଇଥାଏ। ଛୋଟ ଶିଶୁମାନଙ୍କର ବିକାଶ ପାଇଁ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଖାଇବାକୁ ହେବ। ଅଧିକ ସକ୍ରିୟ ଜୀବନଯାପନ ପାଇଁ ବୟସ୍କ ଲୋକମାନେ ବିଭିନ୍ନ ପୋଷଣଯୁକ୍ତ ଖାଦ୍ୟ ଖାଇବା ଉଚିତ। ଅସ୍ୱାସ୍ଥ୍ୟକର ଏବଂ ଅପୁଷ୍ଟିକର ଫାଷ୍ଟଫୁଡ୍‌ ଓ ଜଙ୍କ ଫୁଡ୍‌ ଖାଇବା ଲୋକଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହେବାରେ ଲାଗିଛି। ଫଳରେ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି। ଏ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧ରୁ ୩୦ ତାରିଖ ଯାଏଁ ଜାତୀୟ ପୋଷଣ ସପ୍ତାହ ଭାବେ ପାଳନ କରାଯାଏ।ସମନ୍ୱିତ ମହିଳା ଏବଂ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର ଜଗନ୍ନାଥ ପ୍ରସାଦ ପ୍ରକଳ୍ପ ଦ୍ଵାରା ଗଞ୍ଜାମ ଜିଲ୍ଲା ର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ତାରାସିଙ୍ଗି ରେ ସେକ୍ଟର ସ୍ତରୀୟ ପୋଷଣ ଦିବସ ପାଳନ କରାଯାଇଛି। ଏହି ସଭାରେ ରକ୍ତହୀନତା ବିଷୟରେ ସଚେତନ ହେବା, ଶିଶୁର ନିରୀକ୍ଷଣ କରିବା ସହ ଆଦ୍ୟ ଶୈଶବ ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ ଯତ୍ନବାନ ହେବା ସହ ଦୈନନ୍ଦିନ ଜୀବନରେ ବିବିଧତା ଆଣିବା ଉପରେ ଆଲୋଚନା କରାଯାଇଥିଲା। ନୂତନ ଭାବେ ଜନ୍ମ ଦେବାକୁ ଯାଉଥିବା ଗର୍ଭବତୀ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା। ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ। ତେଣୁ ନିଜ ଖାଇବା ଥାଳିରେ ଶସ୍ୟ ଜାତୀୟ ଖାଦ୍ୟ, ଶ୍ଵେତସାର ଯୁକ୍ତ ପରିବା, ଦୁଗ୍ଧଜାତୀୟ ଖାଦ୍ୟ, ଡାଲିଜାତୀୟ ଖାଦ୍ୟ, ଶାଗ ଓ ସବୁଜ ପନିପରିବା ଓ ବିଭିନ୍ନ ଫଳ ଖାଇବା ଉପରେ ସମସ୍ତଙ୍କୁ ବୁଝା ଯାଇଥିଲା। ତତ୍ ସହିତ ଅଙ୍ଗନବାଡି କର୍ମୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। କିଶୋରୀ ବାଳିକା ମାନେ ନୃତ୍ୟ କରି ଅତିଥି ଙ୍କ ମନ ମୋହିଥିଲେ। ଏହି ପୋଷଣ ଦିବସ ପାଳନରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ୍ୟାନେଜର ଭଗବାନଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଏଵଂ ଶ୍ରୀମତୀ ଝୁନୁ ତ୍ରିପାଠୀ ଙ୍କ କଣ୍ଠରୁ ଏକ ଭଜନ ଦ୍ଵାରା ପୋଷଣ ଦିବସ ପାଳନ ଆରମ୍ଭ ହୋଇଥିଲା। ଏହି ସଭାରେ ତାରାସିଙ୍ଗି ମେଡ଼ିକାଲ ର ଡକ୍ଟର ସଚ୍ଚିଦାନନ୍ଦ ସାହୁ, ସମନ୍ୱିତ ମହିଳା ଓ ଶିଶୁ ବିକାଶ ବିଭାଗ ତାରାସିଙ୍ଗି ସେକ୍ଟର ଭାରପ୍ରାପ୍ତ ସୁପରଭାଇଜର ସନ୍ତୋସିନି ସେଠୀ, ଏ.ଏନ.ଏମ ମାୟାବତୀ ପାଣିଗ୍ରାହୀ, ଅଙ୍ଗନବାଡୀ କର୍ମୀ ଝୁନୁ ତ୍ରିପାଠୀ, କୁନି ସାହୁ, ରଞ୍ଜୁରାଣୀ ପ୍ରଧାନ, ସୁଲତା ପ୍ରଧାନ, ନମିତା ସେଠୀ, ପୁଷ୍ପାଞ୍ଜଳୀ ବିଷୋୟୀ, ଦିପ୍ତିମୟୀ ଯାନି, ଭାଗ୍ୟଲତା ମଲ୍ଲିକ, ପ୍ରମିତା ସାମନ୍ତରା, ସବିତା ପାଣଗ୍ରାହୀ, ତ୍ରିତିଶ୍ରୀ ଦାଶ, ମମତା ତ୍ରିପାଠୀ, ପ୍ରମିଳା ଗୌଡ଼, ଚିନ୍ମୟୀ ଦଳବେହେରା, ମୀରା ଆଚାର୍ଯ୍ୟ, ନମିତା ସାହୁ ସମୂହ ଯୋଗଦାନ କରି ପୋଷଣ ଦିବସକୁ ଆଗକୁ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ