ତାରା ବାହିନୀପତି ଙ୍କ ନିଲମ୍ବନ ପ୍ରତ୍ୟାହାର ଏବଂ ବାଚସ୍ପତି ଓ ମନ୍ତ୍ରୀ କ୍ଷମା ମାଗିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ
ନବରଙ୍ଗପୁର,(ୱାଇଏନଏସ): ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କ ନିଲମ୍ବନ କୁ ନେଇ ନବରଙ୍ଗପୁରରେ ପ୍ରତିବାଦ କରାଯାଇଛି ।ଏଆଇସିସି ମେମ୍ବର ମନସା ତ୍ରିପାଠୀ ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନଙ୍କ ପକ୍ଷରୁ ଆମ୍ବେଦକର ଛକ ନିକଟରେ ଏକ ପ୍ରତିବାଦ କରି ମନ୍ତ୍ରୀ ମୁକେଶ ମହାଳିଙ୍ଗ ଏବଂ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ କୁଶ ପୁତଳିକା ଦାହ କରାଯାଇଥିଲା। ବିଧାନସଭା ରେ କଂଗ୍ରେସ ଦଳର ବିଧାୟକ ମାନେ ରାଜ୍ୟରେ ଅସୁରକ୍ଷିତ ମହିଳା ଏବଂ ବିଭିନ୍ନ ପ୍ରସଙ୍ଗ ନେଇ ପ୍ରତିବାଦ କରିଥିଲେ। ସେହି ସମୟରେ ଶାସକ ଦଳର ବିଧାୟକ ଙ୍କ ସମେତ ମନ୍ତ୍ରୀ ମୁକେଶ ମହାଳିଙ୍ଗ ବିଭିନ୍ନ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ଓ ବିରୋଧି ବିଧାୟକ ମାନଙ୍କୁ ଧସ୍ତା ଧସ୍ତି କରିଥିବା ଅଭିଯୋଗ କରି ଏହି ଘଟଣା କୁ ନିନ୍ଦା କରିଛନ୍ତି କଂଗ୍ରେସ କର୍ମୀ। ଏହା ସହ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଠେଲିଦେବା ସହ ତାଙ୍କ ସାର୍ଟ କୁ ଧରି ବିଭିନ୍ନ ପ୍ରକାର ଗାଳିଗୁଲଜ କରିଥିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବୋଲି ଅଭିଯୋଗ କରାଯାଇଛି। ବିଧାନସଭା ରେ ବାଚସ୍ପତି ନିରପେକ୍ଷତା ନଦେଖାଇ ବିଧାୟକ ତାରା ବାହିନୀପତି ଙ୍କୁ ସାତଦିନ ପାଇଁ ଗୃହ ରୁ ନିଲମ୍ବିତ କରିଛନ୍ତି ତେଣୁ ତୁରନ୍ତ ସେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଏଆଇସିସି ସଭ୍ୟ ମନସା ତ୍ରିପାଠୀ। ଜୟନାରାୟଣ ମିଶ୍ର ଜଣେ ବିଧାୟକ ହୋଇ ମଧ୍ୟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସମୟରେ ନିଜ ସିଟ ରୁ ଉଠୁନାହାନ୍ତି ଯାହା ତାଙ୍କର ଗର୍ଵ ଏବଂ ଅହଙ୍କାର ଚରମ ସୀମାରେ ପହଞ୍ଚି ସାରିଲାଣି ବୋଲି କହିଛନ୍ତି ମନସା । ବିଧାନସଭା ରେ ବିଶୃଙ୍ଖଳା ଏବଂ ବିରୋଧୀ ଦଳକୁ ଅପମାନ କରିବା ସହ ସରକାର ଆସିବା ପରେ ଶାସକ ଦଳର ବିଧାୟକ ମାନଙ୍କ ଗର୍ବ ଏବଂ ଅହଙ୍କାରୀ ହୋଇପଡିଛନ୍ତି ବୋଲି ସେ କହିଛନ୍ତି। ଓଡ଼ିଆ ଅସ୍ମିତା କଥା କହୁଥିବା ଏବଂ ମା ଭଉଣୀ ଙ୍କୁ ସମ୍ମାନ ଦେବା କଥା କହୁଥିବା ବିଜେପି ଆଜି ବିଧାନସଭା ଭିତରେ ମା ଭଉଣୀଙ୍କୁ ଗାଳି ଦଉଛି ଯାହା ଏକ ନିନ୍ଦନୀୟ ଘଟଣା ବୋଲି ତାଛଲ୍ୟ କରିଛନ୍ତି ମନସା ତ୍ରିପାଠୀ। ବିଧାନସଭା ଚଲାଇବାରେ ମନ୍ତ୍ରୀ ବିଫଳ ହୋଇଥିବା ବେଳେ ବିରୋଧୀ ସଦସ୍ୟ ଙ୍କୁ ସମ୍ମାନ ଦେବା ଜାଣିନାହାନ୍ତି ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ମାନେ ବୋଲି ଅଭିଯୋଗ କରିଛନ୍ତି ମନସା । ତେଣୁ ଏଥିପାଇଁ ମନ୍ତ୍ରୀ ମୁକେଶ ମହାଲିଙ୍ଗ ନୈତିକତା ଦୃଷ୍ଟିରୁ ଇସ୍ତଫା ପ୍ରଦାନ କରିବା ପାଇଁ ଦାବି କରିଛିନ୍ତି ସେ। ଏହି ବିକ୍ଷୋଭ ରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ବରିଷ୍ଠ ନେତା ବୃନ୍ଦା ତ୍ରିପାଠୀ, ଅବଦୁଲ ଫିରୋଜ,ଏବଂ ଅନ୍ୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ