ତାରିଣୀ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା : ଜଣେ ଶିଶୁ ମୃତ, ୭ଆହତ  

ହାଟଡିହି, (ବିକାଶ ବିଶ୍ୱାଳ) :-ତାରିଣୀ ଦର୍ଶନ କରି ଫେରିବା ବାଟରେ ଆନନ୍ଦପୁର-ଭଦ୍ରକ ରାସ୍ତାର ବେତିରା ଛକ ନିକଟରେ ବୋଲେରୋ ଦୁର୍ଘଟଣା ହେବାରୁ ଜଣେ ୧୧ବର୍ଷର ବାଳକର ମୃତୁ୍ୟ ଘଟିଥିବାବେଳେ ବୋଲେରୋ ଗାଡିରେ ଥିବା ଅନ୍ୟ ୭ଜଣ ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କାନ୍ଥିଗଡିଆ ଗ୍ରାମର ପରିତୋଷ ପାଢ଼ୀଙ୍କ ପୁଅ ପ୍ରୀୟବ୍ରତ(୧୧)ର ଗତ କିଛିଦିନ ତଳେ ବ୍ରତଘର ସରିଥିଲା । ତେଣୁ ପୁଅକୁ ନେଇ ତାରିଣୀ ଦର୍ଶନ ନିମନ୍ତେ ମାନସିକ କରିଥିଲେ ପରିବାର ଲୋକେ । ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବାରାହାପୁର ଗ୍ରାମର ଉମାକାନ୍ତ ସାହୁଙ୍କ ପରିବାର ଲୋକେ ତାଙ୍କ ନାତିର ଚୁଟି ପକାଇବାକୁ ତାରିଣୀଙ୍କ ନିକଟକୁ ଆସୁଥିବାରୁ ପ୍ରୀୟବ୍ରତଙ୍କ ପରିବାର ଲୋକେ ତାଙ୍କ ସହିତ  ଦୁଇଗୋଟି ବୋଲେରୋ ଗାଡିରେ ଆସି ଘଟଗାଁ ତାରିଣୀ ଦର୍ଶନ କରି ଯାଇ ପୂଜାର୍ଚ୍ଚନା କରିଥିଲେ ।  ଅପରାହ୍ନ ୪ଟାବେଳେ ଆନନ୍ଦପୁର ଭଦ୍ରକ ରାସ୍ତାରେ ବୋଲେରୋ ଦୁଇଟି ଆସୁଥିବାବେଳେ ବେତିରା ଗାଁ ନିକଟରେ ଗୋଟିଏ ବୋଲେରୋ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ରାସ୍ତାକଡରେ ଠୁଳକରି ରଖାଯାଇଥିବା ଚିପିସ, ମେଣ୍ଟଲ ପଥର ଉପରେ ବୋଲେରୋଟି ଚଢ଼ି ଯିବାରୁ ତାହା ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ଫଳରେ ଗାଡିରେ ବସିଥିବା ସମସ୍ତ ବ୍ୟକ୍ତି ଆହତ ହୋଇଥିବାବେଳେ ପ୍ରୀୟବ୍ରତର ଘଟଣାସ୍ଥଳରେ ହିଁ ମୃତୁ୍ୟ ଘଟିଥିଲା । ଏହାକୁନେଇ ଘଟଣାସ୍ଥଳରେ ପ୍ରୀୟବ୍ରତଙ୍କ ପରିବାର ଲୋକଙ୍କ କ୍ରନ୍ଦନ ଧ୍ୱନୀରେ ଏକ ୋାକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିଶୁର ଶବକୁ ଜବଦ କରି ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ବେଳେ ଆହତ ମାନଙ୍କୁ ଚିକିତ୍ସା ପାଇଁ ପଠାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ