ତାରିଣୀ ପୀଠରେ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ

ଘଟଗାଁ,(ନାରାୟଣ ପଲେଇ):ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ଓଡିଶାର ସୁନା ପୁଅ ପ୍ରମୋଦ ଭଗତ ଆଜି ଘଟଗାଁ ମା ତାରିଣୀଙ୍କ ଦର୍ଶନ ପାଇଁ ଆସିଛନ୍ତି । ଅଲମ୍ପିକ୍ସରେ ଦମଦାର ପ୍ରଦର୍ଶନ କରି ଏବେ ସମସ୍ତଙ୍କ ବାହା ବାହା ଲୁଟୁଛନ୍ତି ଭଗତ । ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟୁଛି । ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ପ୍ରମୋଦଙ୍କୁ ନିଜର ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ପ୍ରମୋଦ ଆଜି କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା ତାରିଣୀଙ୍କ ପୀଠରେ ପହଂଚିଛନ୍ତି | ପ୍ରମୋଦ ଟୋକିଅ ଯିବା ପୂର୍ବରୁ ମାନଶିକ କରି ସେ ମା ତାରିଣୀଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ବଳନ କରିଥିଲେ | ପରେ ମାଙ୍କ କୃପାରୁ ସେ ସ୍ବର୍ଣ୍ଣ ପଦକ ହାସଲ କରିବାସହ ଦେଶ ପାଇଁ ଗୌରବ ଆଣିଥିଲେ। ତେବେ ସେ ଗତ ୧୦ତାରିଖ ଗଣେଶ ଚତୁର୍ଥି ଦିନ ଓଡିଶା ଆସି ପହଁଚି ଥିଲେ ଓ ଆଜି ନିଜର ଅଖଣ୍ଡ ଦୀପ ମାନସିକ ସମାପନ କରିବା ପାଇଁ ଘଟଗାଁ ମା ତାରିଣୀଙ୍କ ପୀଠରେ ପହଂଚି ମାଙ୍କୁ ଦର୍ଶନ କରି ନିଜର ମାନସିକ ସମାପନ କରିବା ସହିତ ମା ତାରିଣୀଙ୍କୁ ନିଜର ସ୍ବର୍ଣ୍ଣ ପଦକ ସମର୍ପଣ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ