ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) :-ଅଙ୍ଗାରଗଡ଼ିଆ କଲ୍ୟାଣ ନଗର ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବର ଦ୍ୱିତୀୟ ଦିନରେ ଶନିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୁଲିସଲାଇନ ପୋଖରୀରୁ ୧୦୮ ଘଟ ଉତ୍ତୋଳନ ପୂର୍ବକ ମହିଳାମାନେ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଘଣ୍ଟଘଣ୍ଟା ଭଜନ କୀର୍ତ୍ତନ ସହ ଏହି ଶୋଭାଯାତ୍ରା ମନ୍ଦିରରେ ପହଞ୍ଚିବା ପରେ ଘଟସ୍ଥାପନ କରାଯାଇଥିଲା । ପରେ ଯଜ୍ଞକର୍ମ ଶୁଭାରମ୍ଭ ହୋଇଥିଲା । ପ୍ରଥମ ଦିନରେ ଅଜ୍ଞାମାଳ ପ୍ରବେଶ ସହ ଅଧିବାସ ହୋଇଥିଲା । ଦ୍ୱିତୀୟ ଦିନରେ ଯଜ୍ଞକର୍ମ ସାଙ୍ଗକୁ ସୂର୍ଯ୍ୟପୂଜା, ଗୁରୁପୂଜନ ଆଦି କର୍ମକାଣ୍ଡ ସହ ମା’ତାରିଣୀ, ମା’ଦୁର୍ଗା ଓ ମା’ ମଙ୍ଗଳାଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା କରାଯାଇଛି । ଆସନ୍ତା କାଲି ମହାଯଜ୍ଞ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଆୟୋଜକ କମିଟି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ସାଇଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ଦ୍ୱାରା ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ