ତାଲାବନ୍ଦ ବେଳେ ମାତିଛନ୍ତି କାଠ ମାଫିଆ ଓ ଇଟାଭାଟି ମାଲିକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) ତାଲାବନ୍ଦ ବେଳେ ମାତିଛନ୍ତି କାଠ ମାଫିଆ ଓ ଇଟାଭାଟି ମାଲିକ । ମହାମାରୀ କରୋନା ପାଇଁ ଘୋଷଣା ହୋଇଥିବା ଲକଡାଉନ୍ର ସୁଯୋଗ ନେଇ ଜଙ୍ଗଳ ଓ ପରିବେଶକୁ ନଷ୍ଟ କରୁଛନ୍ତି ମାଫିଆମାନେ । କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଯାଗାରେ ଲୋକଙ୍କ ଚଳ ପ୍ରଚଳ ନଥିବାରୁ ଜଙ୍ଗଲ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ଜଙ୍ଗଲ ଜମିରୁ ମାଟି ଓ ଗଛକୁ କାଟି ନେଇ ଇଟା ପକାଉଛନ୍ତି ମାଫିଆ । କନ୍ଧମାଳ ଜିଲ୍ଲାର ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ, ଦାରିଙ୍ଗବାଡି ଆଦି ବନାଞ୍ଚଳରେ ମନଇଛା ହଜାର ହଜାର ଇଟାଭାଟି ପୋଡା ହେଉଛି । ଆଉ ଇଟା ପୋଡାରେ କୋଇଲା କି ଅନ୍ୟ କୌଣସି ଜାଳେଣୀ ସାମଗ୍ରୀ ବ୍ୟବହାର କରାଯାଉ ନାହିଁ ।ଜଙ୍ଗଲରୁ ଗଛ କାଡି ଆଣି ମୋଟା ମୋଟା କାଠ ଗଣ୍ଡିକୁ ଭାଟିରେ ପୋଡି ଦେଉଛନ୍ତି । ତେବେ ସରକାରଙ୍କ ନୀୟମ ଅନୁସାରେ ଇଟାଭାଟି କେବଳ କୋଇଲା କିମ୍ବା ଭୁସିରେ ପୋଡାଯିବ । ଇଟା ପକାଉଥିବା ବ୍ୟକ୍ତି ନିଜ ରହିତି ଜମିର ମାଟିରେ ହିଁ ଇଟା ତିଆରି କରିପାରିବେ । ହେଲେ କନ୍ଧମାଳ ଜିଲ୍ଲାରେ ମାଫିଆମାନେ ନିଜ ମନ ଇଚ୍ଛା ପରିବେଶକୁ ନଷ୍ଟ କରିବା ସହ ଜନ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି । ଆଉ ଏଥିରେ ଜଙ୍ଗଲ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ସେପଟେ ଜଙ୍ଗଲ ବିଭାଗ ଏହା ସମ୍ପୁର୍ଣ ବେଆଇନ କହିବା ସହ ଏହା ଉପରେ କଡା ଆଇନ ଥିବା କହିଛନ୍ତି । ଏଭଳି ବ୍ୟକ୍ତିଙ୍କୁ କଡା ଦଣ୍ଡ ଦିଆଯିବା ବୋଲି ଖୋଦ ଡିଏଫଓ ବିଶ୍ୱନାଥ ନୀଳ ନବର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ