ତାଲା ପଡ଼ିଛି ସେଲୁନ, ପରିବାର ପୋଷଣ ଚିନ୍ତାରେ ଦୋକାନୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ସାରା ଦେଶରେ ଲକଡାଉନ ଘୋଷଣା ଜାରି ରହିଛି। ଏଣୁ ଗରିବ ପରିବାର ନିଜର ଜୀବିକା ହରାଇ ଘରେ ବସିଛନ୍ତି। ପରିବାର ପୋଷିବାକୁ ସମସ୍ତେ ଚିନ୍ତାରେ। କନ୍ଧମାଳ ଜିଲା ବାଲିଗୁଡା ରେ ସେଲୁନ କରି ଜୀବିକା ନିର୍ବାହ କରୁଥିବା ୧୮୮ ଜଣ ଦୋକାନୀମାନେ ମଧ୍ୟ ପରିବାର ଚଳାଇବା ଚିନ୍ତାରେ ପଡ଼ିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ସମେତ କୁର୍ତ୍ତମଗଡ, ତୁମୁଡିବନ୍ଧ, କୋଟଗଡ ମହାସିଙ୍ଗି, କ.ନୂଆଗାଁ, ଶୀର୍ତ୍ତିଗୁଡା, ଦାରିଙ୍ଗବାଡି ରେ ମଧ୍ୟ ଶତାଧିକ ସେଲୁନ ଦେକାନ ରହିଛି। ହେଲେ କରୋନାର ଭୟବହତା ଯୋଗୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାରୁ ସେଲୁନ ଦୋକାନ ମଧ୍ୟ ବନ୍ଦ ରହିଛି। ଏଣୁ ଏମାନଙ୍କ ରୋଜଗାର ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ଏହି ପରିପ୍ରକ୍ଷିରେ ବାଲିଗୁଡା ମା ପାଟଖଣ୍ଡା ଗଡ଼ ମାଳିଆ ବାରିକ ସଙ୍ଘ ତରଫରୁ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ଜରିଆରେ କନ୍ଧମାଳ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଏକ ଦାବୀ ପତ୍ର ପ୍ରେରଣ କରିଛନ୍ତି l ସଂଘର ପୂର୍ବତନ ସମ୍ପାଦକ ମନୋଜ କୁମାର ପଶାୟତ, ସଭାପତି ନିରଞ୍ଜନ ଡାକୁଆ, ସମ୍ପାଦକ ଅକ୍ଷୟ କୁମାର ମୁଦୁଲି, ଉପସଭାପତି ସୁରେନ୍ଦ୍ର ଡାକୁଆ, କୁଳ ବେହେରା-କୈଳାଶ ପଶାୟତ ସଦସ୍ୟ ରାଜ କିଶୋର ଡାକୁଆ, ବୁଲୁ ପଶାୟତ, ଚିତ୍ତରଞ୍ଜନ ଡାକୁଆ, ପୀତବାସ ଡାକୁଆ ପ୍ରମୁଖ କହିଛନ୍ତି ଯେ ସରକାର ସମସ୍ତଙ୍କୁ ସହାୟତା ଦେଉଛନ୍ତି, ହେଲେ ସେଲୁନ କରିଥିବା ଦୋକାନୀ ସରକାରଙ୍କ ନଜରକୁ ଆସି ପାରୁ ନାହାନ୍ତି। ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସେମାନଙ୍କ ଲାଗି ମଧ୍ୟ ସହାୟତା ଦିଆଯାଉ ବୋଲି ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ