ତାଲା ଭାଙ୍ଗି ଘରୁ  ଚୋରି

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଳା ଯୋଡା ସହରର ପୂର୍ବ ଯୋଡାଠାରେ ରହୁଥିବା ଜଣେ କମ୍ପାନୀ କର୍ମଚାରୀଙ୍କ ଘର ତାଲା ଭାଙ୍ଗି ନଗଦ ଟଙ୍କା , ଅଳଙ୍କାର, ଲାପଟପ୍  ଓ ଅନ୍ୟାନ୍ୟ ଆସଭାବପତ୍ର ଚୋରି ହୋଇଥିବା ନେଇ ଶୁକ୍ରବାର ଯୋଡା ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ପୂର୍ବ ଯୋଡା ବି ବ୍ଲକ କଲୋନୀରେ ରେ ରହୁଥିବା କମ୍ପାନୀ କର୍ମଚାରୀ ଇରଫାନ୍ ଅନସାରୀ ଛୁଟିରେ ନିଜ ଘର ଜାମସେଦପୁର ଯାଇଥିଲେ । ଗତ ତା ୦୩/୦୧/୨୦୨୦ରିଖ  ଶୁକ୍ରବାର ତାଙ୍କ ଘରୁ ଚୋରି ହୋଇଥିବା ପଡୋଶୀଙ୍କଠାରୁ  ଖବର ପାଇ ଯୋଡା ଆସିଥିଲେ । ଘରୁ ନଗଦ ୧୦ ହଜାର ଟଙ୍କା , ଏକ କମ୍ପାନୀ ଲାପଟପ୍ , ଅଳଙ୍କାର ଓ ଅନ୍ୟାନ୍ୟ ଆସଭାବପତ୍ର ଚୋରି ହୋଇଯାଇଥିବା ଜାଣିବାକୁ ପାଇ ସେ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଯୋଡା ଥାନାରେ କେଶ୍ ନଂ ୦୫/୨୦୨୦ ରୁଜୁ କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ