ତାଲିବାନୀ ଶାସନ ବିରୋଧରେ ରାଜଧାନୀ ଫାଇଟର୍ ଗ୍ରୁପ୍ର ଶୋଭାଯାତ୍ରା
ଭୁବନେଶ୍ୱର, (ୱାଇଏନ୍ଏସ୍): ତାଲିବାନରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ବ୍ୟଭିଚାର, ଏକଛତ୍ରବାଦ ଶାସନ, ସାଧାରଣ ଜନତାଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ଉପରେ ଏକ ଶୋଭାଯାତ୍ରା ରାଜଧାନୀ ଫାଇଟର ଗ୍ରୁପ୍ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ସହ ବିଶ୍ୱଶାନ୍ତି ସ୍ଥାପନା ହେଉ, ବିଶ୍ୱ ସମୁଦାୟ ଏକ ହୋଇ ତାଲିବାନୀ ଶାସନକୁ ଦୃଢ଼ ହସ୍ତରେ ଦମନ କରନ୍ତୁ ଆଦି ବାର୍ତ୍ତା ଦିଆଯାଇଥିଲା । ରାଜଧାନୀ ଫାଇଟର୍ ର ପ୍ରତିଷ୍ଠାତା ବିଶିଷ୍ଟ ଯୁବ ସମାଜସେବୀ ବାପୁ ଓଝାଙ୍କ ପରିଚାଳନାରେ ପ୍ରାଧ୍ୟାପକ ଡଃ ଅସିତ ଦାସ, ରକ୍ତଦାତା ତନ୍ମୟ ସାମନ୍ତରାୟ, ସମାଜେସେବକ ରୋହିତ କୁମାର ନାୟକ, ସାମାଜିକ ଯୁବ ସଂଗଠନ ସଭାପତି ଚିତ୍ତରଞ୍ଜନ ଦାସ, ୟୁଥ୍ ଗ୍ରୁପ୍ ଚାରିଟେବୁଲ୍ ଟ୍ରଷ୍ଟ ସଭାପତି ଦୀପକ କୁମାର ବାରିକ, ଯାତ୍ରା ଅଭିନେତା ସଞ୍ଜୟ କୁମାର ମାଝୀ, ସୁରେଶ ମାଝୀ, ରଞ୍ଜନ କୁମାର ପ୍ରଧାନ, ସରୋଜ କୁମାର ସାହୁ, ଶିବ ପ୍ରସାଦ ସେଣ ପ୍ରମୁଖ ଉକ୍ତ ଶୋଭାଯାତ୍ରାରେ ଯୋଗଦେଇ ତାଲିବାନୀ ଶାସନକୁ ଦୃଢ଼ ବିରୋଧ କରିଥିଲେ ।


