ତାଲିବାନ ବର୍ବରତା; ଗର୍ଭବତୀ ମହିଳା ପୋଲିସ ଅଧିକାରୀଙ୍କୁ ହତ୍ୟା

କାବୁଲ: ଜଣେ ଆଫଗାନିସ୍ତାନ ମହିଳା ପୋଲିସଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣେ ଆଫଗାନିସ୍ତାନ ସାମ୍ବାଦିକ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ନିଗାରା ୬ ମାସର ଗର୍ଭବତୀ ଥିଲେ ଏବଂ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ସାମ୍ନାରେ ତାଙ୍କୁ ଗୁଳି କରାଯାଇଥିଲା। ଆଫଗାନିସ୍ତାନର ଘୋର୍ ପ୍ରୋଭିଜନ୍‌ର ଫିରୋଜ ଅଞ୍ଚଳରେ କାର୍ଯ୍ୟରତ ମହିଳା ପୁଲିସ୍ ଅଧିକାରୀ ନିଗାରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ତାଲିବାନୀ । ତେବେ ଏଭଳି ଘଟିବା ପଛର କାରଣ ଏଯାଏ ସ୍ପଷ୍ଟ ଜଣାପଡ଼ିନାହିଁ।ରିପୋର୍ଟ ଅନୁଯାୟୀ କେବଳ ହିଜାବ୍ ପିନ୍ଧିଥିବା ମହିଳାମାନେ ହିଁ ଚାକିରିର ସୁଯୋଗ ପାଇପାରିବେ ବୋଲି ତାଲିବାନ କହିବା ପରେ ଭୟରେ ମହିଳାମାନେ ମୁଣ୍ଡ ଓ ଶରୀରକୁ ଘୋଡାଇବା ଲାଗି ହିଜାବ୍‌ କିଣିବା କିଣିବା ଆରମ୍ଭ କରିଥିଲେ। ଯାହା ୧୯୯୦ ଦଶକରେ ଦେଶରେ ଘଟିଥିଲା। । ତାଲିବାନ ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶକୁ ନିୟନ୍ତ୍ରଣ କରିବା ପରେ ସରକାର ଗଠନରେ ଅଧିକାର ଏବଂ ମହିଳା ପ୍ରତିନିଧିତ୍ବ ଦାବି କରି ଆଫଗାନିସ୍ତାନ ମହିଳା ବିକ୍ଷୋଭ ପ୍ରଦର୍ଶନ କରିବାର କିଛି ଦିନ ପରେ ଏହି ଘଟଣା ଘଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ