ତାଲିବାନ ମୁଖ୍ୟ ଅଖୁନ୍ଦଜାଦାଙ୍କ ପତ୍ତା ମିଳୁନାହିଁ, ବରାଦର ପଣବନ୍ଦୀ !

କାବୁଲ: ଆଫ୍‍ଗାନିସ୍ତାନରେ ଲାଗି ରହିଥିବା ରାଜନୈତିକ ସଂକଟ ଏପର‌୍ୟ୍ୟନ୍ତ ସୁଧୁରିବାର ନା ନେଉ ନାହିଁ । ଗାଦି ହାସଲ ପାଇଁ ଦୁଇ ତାଲିବାନ ମୁଖ୍ୟଙ୍କ ମଧ୍ୟରେ ଛକାପଞ୍ଛା ଓ ଗଣ୍ଡଗୋଳ ଘଟୁଛି, ଯାହା ଆଫଗାନର ବିଗିଡ଼ି ଥିବା ସ୍ଥିତିକୁ ଆହୁରି ସଂଗୀନ କରୁଛି । ତାଲିବାନ ଆଫଗାନକୁ ଦଖଲ କରିଥିଲେ ହେଁ ସଂଗଠନର ମୁଖ୍ୟ ହୈବତୁଲ୍ଲା ଅଖୁନ୍ଦଜାଦାଙ୍କ ପତ୍ତା ମିଳୁନାହିଁ। ସେହିପରି ଶାସନ ମୁଖ୍ୟ ମୁଲ୍ଲା ହସନ ଅଖୁନ୍ଦ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ନିଷ୍ପତ୍ତି ନେବାର କୌଣସି କ୍ଷମତା ନାହିଁ। ତାଲିବାନୀ ସରକାରରେ ଉପ ପ୍ରଧାନମନ୍ତ୍ରୀ ହୋଇଥିବା ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦରଙ୍କୁ ଏବେ ପାକିସ୍ତାନ ସହାୟତାରେ ହକ୍କାନୀ ନେଟୱର୍କ ପଣବନ୍ଦୀ କରି ରଖିଥିବା କୁହାଯାଉଛି। ଗୋଟିଏ ଗୋଷ୍ଠୀର ନେତୃତ୍ୱ ମୁଲ୍ଲା ବରାଦର ନେଉଥିବା ବେଳେ ଅନ୍ୟପଟେ ରହିଛି ହକ୍କାନୀ ନେଟୱର୍କ। ହକ୍କାନୀ ନେଟୱର୍କ ସଂପୂର୍ଣ୍ଣ ଭାବେ ପାକ୍ କଥାରେ ପରିଚାଳିତ ହୋଇଥାଏ। ଏହି ସଂଗଠନକୁ ଆମେରିକା ପକ୍ଷରୁ ଆତଙ୍କୀର ମାନ୍ୟତା ମିଳିଛି। ଶେଷଥର ପାଇଁ ବରାଦରଙ୍କୁ ସରକାର ଗଠନ ପାଇଁ କାନ୍ଦାହାରରେ ଚାଲିଥିବା ଆଲୋଚନା ବେଳେ ଦେଖିବାକୁ ମିଳିଥିଲା। ସରକାର ଗଠନକୁ ନେଇ ଯୁକ୍ତିତର୍କ ହେବାରୁ ବରାଦର ଓ ହକ୍କାନୀ ନେଟୱର୍କର ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ ବରାଦର ଗୁରୁତର ଆହତ ହୋଇଥିବା ଖବର ମିଳିଥିଲା। ଏକ ଅର୍ନ୍ତଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଆଦିବାସୀ ନେତାମାନଙ୍କ ସହ ବରଦାର ଆଲୋଚନା କରୁଥିବା ବେଳେ ଏହି ସମୟରେ ହିଁ ତାଙ୍କୁ ବଳ ପ୍ରୟୋଗ କରାଯାଇ ଟିଭି ଆଗରେ ବିବୃତି ଜାରି କରିବାକୁ କୁହାଯାଇଥିଲା। ସେ ପାକିସ୍ତାନ ସହାୟତାରେ ହକ୍କାନୀ ଦ୍ୱାରା ପଣବନ୍ଦୀ ହୋଇ ରହିଥିବା କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ