ତାଲୁକା ଆଇନ ସେବା କମିଟି ଆନୁକୂଲ୍ୟରେ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

କୋଦଳା, (ଗୁଲସନ କୁମାର କର):ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ କୋଦଳା ତାଲୁକା ଆଇନ ସେବା ପ୍ରାଧୀକରଣର ସହଯୋଗରେ ଆଜି କୋଦଳା ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ସମେତ ଜେଏମଏଫସି, ସିନିୟର ସିଭିଲ କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫୌଜଦାରୀ, ଜମିଜମା ବିବାଦ ଏବଂ ଯାନବାହନ ଦୁର୍ଘଟଣା ସଂକ୍ରାନ୍ତ ମାମଲା ଆଗତ ହୋଇଥିଲା। ଏହି ଅବସରରେ ଜେଏମଏଫସି ଜର୍ଜ ବିମଳ ଲଷ୍ମୀ ଚୌଧୁରୀଙ୍କ ଉପସ୍ଥିତିରେ ଜେଏମଏଫସି କୋର୍ଟର ୩୦ ଟି କ୍ରିମିନାଲ କେଶ୍ ର ଫଇସଲା। ସେହିପରି ସିନିୟର ସିଭିଲ କୋର୍ଟ ଜର୍ଜ ଲୀପା ମହାନ୍ତିଙ୍କ ଉପସ୍ଥିତିରେ ୯ ଗୋଟି କେଶ୍ ଫଇସଲା ହୋଇଥିବା ବେଳେ ସେଥିମଧ୍ୟରୁ ୭ ଟି ସିଭିଲ ୨ ଟି ବୈବାହିକ କେଶ୍ ଫଇସଲା ହୋଇଥିବା ଜଣାପଡିଛି। ଅନ୍ୟପଟେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଚିନ୍ମୟ ଗଛାୟତକଂ ଉପସ୍ଥିତିରେ ଗୋଟିଏ ସିଭିଲ କେଶ୍ ଫଇସଲା ହୋଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ