ତାଲୁକା ଆଇନ ସେବା ଦ୍ୱାରା ବିଦ୍ୟୁତ୍ ସେବା ପାଇଲେ ଗ୍ରାମବାସୀ
ମୋହନା,(ଯୁଗାବ୍ଦ ନ୍ୟୁଜ୍):ଗଜପତି ଜିଲ୍ଲା ମୋହନା ବ୍ଲକ ଆଦିବାସୀ ଅଂଚଳ ମୋହନା ପ୍ରଥମ ଶ୍ରେଣୀ ତାଲୁକା ଆଇନସେବା ଦ୍ୱାରା ବିଦ୍ୟୁତ ସେବା ପାଇଛନ୍ତି ଉସ୍ତପଦା ଗ୍ରାମବାସୀ । ଗତକିଛି ଦିନ ତଳେ ବିଦ୍ୟୁତ ସେବା ପାଇଁ ଲିଖିତ ଅଭିଯୋଗ କରିବା ସହ କିପରି ଅନ୍ଧାରରେ କାଳ କାଟୁଛନ୍ତି ସେ ବିଷୟରେ ପ୍ରଶାସନକୁ ଅବଗତ କରାଇଥିଲେ । କୈାଣସି ସୁଫଳ ମିଳିନଥିବା ବେଳେ ତାଲୁକା ଆଇନ ସେବା ନିକଟରେ ଗତ ଅକ୍ଟୋବର ୨ ତାରିଖରେ ଅଭିଯୋଗ କରିଥିଲେ ।ଅଭିଯୋଗ ପରେ ତୁରନ୍ତ ଗ୍ରାମବାସୀଙ୍କୁ ବିଦ୍ୟୁତସେବା ଯୋଗାଇଦେବା ନିମନ୍ତେ ବିଚାରପତି ମନୋଜ କୁମାର ମହାନ୍ତି ତୁରନ୍ତ ବିଦ୍ରୁ୍ୟତ ସଂଯୋଗ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିବା ବେଳେ ଡିସେମ୍ବର ୩୦ ରେ ଗ୍ରାମକୁ ବିଦୁୃ୍ୟତ ସଂଯୋଗ କରିବା ସହ ଉଦଘାଟନ କରିଛନ୍ତି । ଗ୍ରାମକୁ ବିଦ୍ୟୁତ ସଂଯୋଗ ହେବା ପରେ ଗ୍ରାମରେ ଆବାଳ ବୃଦ୍ଧା ବନିତା ମଧ୍ୟରେ ଆଗ୍ରହ ଦେଖାଦେଇଛି ।ଏହି କାର୍ଯ୍ୟକ୍ରମରେ ତାଲୁକା ଆଇନର ଆଇନ ପରାମର୍ଶ ଦାତା ସନ୍ତୋଷ କୁମାର ପାଢୀ ,ଦୁର୍ଯ୍ୟୋଧନ କରତା, ମଧୁସୁଦନ ପାଢୀ, ସଂରପଞ୍ଚ ଜମୁନା ମଳିକ, ବିଦ୍ୟୁତ୍ ବିଭାଗ କନିଷ୍ଟ ଯନ୍ତ୍ରୀ ଭଳା କୁମାର ସ୍ୱାଦ , ସଂସ୍ଥାର ସଂଯୋଜକ ରଣଜିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।