ତାଲୁକା ଆଇନ ସେବା ସମିତି ତରଫରୁ ମାନବାଧିକାର ସଚେତନ କାର୍ଯ୍ୟକ୍ରମ

ସୋରଡା,(ରଜନୀକାନ୍ତ ମହାପାତ୍ର):ସାରା ଦେଶରେ ମାନବାଧିକାର ସଚେତନତା କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ସୋରଡାରେ ମଧ୍ୟ ଆଜି ଦେୱାନୀ ଅଦାଲତର କର୍ମଚାରୀ ମାନକୁ ନେଇ ସ୍ଥାନୀୟ ଋଷିକୂଲ୍ୟା ସ୍ନାତକ ମହା ବିଦ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋରଡ଼ା ତାଲୁକା ଆଇନ ସେବା ସମିତି ତରଫରୁ ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଦେୱାନୀ ଅଦାଲତ ଵିଚାର ପତି ଲୋକନାଥ ମିଶ୍ର କହିଛନ୍ତି ମହିଳା ଓ ଶିଶୁଙ୍କ ସହିତ ଦିବ୍ୟ।ଙ୍ଗ ଆଦିଙ୍କୁ ମାଗଣାରେ ଆଇନ ସେବା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ସେହିପରିପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ତାଳୁକା ଆଇନ ସେବା ସମିତି ଅଧକ୍ଷା ମିଲନ ତାଣ୍ଡି ଯୋଗ ଦେଇ କହିଛନ୍ତି ମାନବ ମାନଙ୍କ ବିଚାର ଓ ବିମର୍ଶ ଶକ୍ତି ହେତୁ ପୃଥିବୀରେ ଅନ୍ୟ ଯିବ ଛଡା ଏହି ଅଧିକାର ଦେଇ ନିଜକୁ ସଶକ୍ତ ଓ ସମୃଦ୍ଧ ସମାଜ ଗଠନ ପାଇଁ ସମର୍ଥ ହୋଇପାରିଛି ବୋଲି କହିଛନ୍ତି ।ସେହିପରି ସୋରଡା ଆଇନ ଜୀବୀ ସଙ୍ଘ ସଭାପତି ସିବ ପ୍ରସାଦ ବାହିନୀପତି, ବରିଷ୍ଠ ଆଇନଜୀବୀ ପ୍ରଭାତ କୁମାର ପାଢୀ, ଶ୍ରୀବତ୍ସ କୁମାର ସାହୁ, ରଜନୀ କାନ୍ତ ପଟ୍ଟନାୟକ, ଭଗବାନ ମୁନି, ମନୋଜ କୁମାର ଖାଡଙ୍ଗା,ଶକ୍ତିକାନ୍ତ ସୁଆର ଆଦି ଯୋଗ ଦେଇ ବିଭିନ୍ନ ଉଦାହରଣ ଛଳରେ ମୂଲ୍ୟବାନ ଆଇନ ପରାମର୍ଶ ପ୍ରଦାନ ସୁବିଧା ଆଦି ବର୍ଣ୍ଣନା କରିଥିବା ବେଳେ ଡିଗ୍ରୀ ମହାବିଦ୍ୟାଳୟର କର୍ମଚାରୀଙ୍କ ସହଯୋଗରେ ସୋରଡା ଅଦାଲତର କର୍ମଚାରୀଗଣ ଏହି କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ ।ଏହି ମହାବିଦ୍ୟାଳୟର ଏନ ଏସ ଏସ ଛାତ୍ରଛାତ୍ରୀ ଗଣଙ୍କ ସହିତ ଆବାହକ ଡ଼ା ହୃଷିକେଶ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧକ୍ଷ ରମେଶ ଚନ୍ଦ୍ର ପଢି ମାନବ ଅଧିକାର ଓ ଏହାର ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ