ତାଲୁକା ଗ୍ରାମାଞ୍ଚଳ ବିଶ୍ୱକର୍ମା ସମାଜ ପକ୍ଷରୁ ପଞ୍ଚମ ବାର୍ଷିକ ଅଧିବେଶନ

ସୋରଡ଼ା,(ରଜନୀକାନ୍ତ ମହାପାତ୍ର ):ସୋରଡ଼ା ତାଲୁକା ଗ୍ରାମାଞ୍ଚଳ ପକ୍ଷରୁ ପଞ୍ଚମ ବାର୍ଷିକ ଅଧିବେଶନ ନୂଆଗଡ ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ସମାଜର ସଭାପତି ଅଜୟ ମହାରଣା ଯୋଗ ଦେଇଥିବା ବେଳେ ୧୦ ତାଲୁକା ସଭାପତି ତେର ସ୍ଥାନ ରାଜଶ୍ରୀ ପ୍ରଫୁଲ ମହାରଣା ମୁଖ୍ୟ ବକ୍ତା ଭାବେ ଅଧିବେଶନ ଚଳାଇଥିଲେ।ସୋରଡ଼ା ତାଲୁକା ଗ୍ରାମାଞ୍ଚଳ ସଭାପତି ସିମାଞ୍ଚଳ ମହାରଣା, ଉପସଭାପତି ଧୋବା ମହାରଣା, ସମ୍ପାଦକ ଗୌରାଙ୍ଗ ମହାରଣା, କୋଷାଧକ୍ଷ ରମେଶ ମହାରଣା, ଉପଦେଷ୍ଟା ଉଦୟନାଥ ମହାରଣା,ରାଜଶ୍ରୀ ବିଶ୍ୱନାଥ ମହାରଣା ପ୍ରମୁଖ ମଞ୍ଚାସିନ ରହିଥିଲେ।ସମସ୍ତ କର୍ମ କର୍ତ୍ତା ମାନଙ୍କୁ ନେଇ ସମର୍ଥନ ଦିଆଯାଇଥିଲା। ଅଧିବେଶନର ମୁଖ୍ୟ ଉଦେଶ୍ୟ ହେଉଛି ତାଲୁକା ତାଲୁକା ମଧ୍ୟରେ ସମନ୍ୱୟ ରକ୍ଷାକରି ଏକ ଏକ ହୋଇ ବିଶ୍ୱକର୍ମା ସମାଜ ର କଲ୍ୟାଣ ନିମନ୍ତେ କାମ କରିବା ପ୍ରତେକ ସଂଗଠନ ଏକ ହୋଇ କାମ କରିବା ରାଜଶ୍ରୀ ମାନଙ୍କୁ ଉଚିତ ସଂମାନ ଦେଇ କୁଳପ୍ରଥାକୁ ଆଗେଇନେବା। କେତେକ ସଂଗଠନର ମୁଖିଆ ମାନେ ଦୁର୍ବ୍ୟବହାର କରି ଶୋଷଣ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା।ସେହିପରି ବ୍ୟକ୍ତି ମାନଙ୍କ ଠାରୁ ଦୁରେଇ ରହି ସେମାନଙ୍କୁ ସମର୍ଥନ ନଦେଇ ଉଚିତ ସଂଗଠନକୁ ସୁଦୃଢ କରିବା ବୋଲି ଉପସ୍ଥିତ ତାଲୁକା ସ୍ୱର ଉତୋଳନ କରିଥିଲେ। ଆଜିର ଏହି ବୈଠକରେ ୧୯ ଗୋଟି ତାଲୁକା ଭାଗ ନେଇ ଅଧିବେଶନକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଅଂଶଧାରୀ ତାଲୁକା ମଧ୍ୟରେ ପୂର୍ବ ଖଣ୍ଡ ରାଜଶ୍ରୀ କୃଷ୍ଣଚନ୍ଦ୍ର ମହାରଣା, କୃଷ୍ଣ ମହାରଣା, ତ୍ରିନାଥ ମହାରଣା, ଗୋବିନ୍ଦ ମହାରଣା, ପ୍ରଫୁଲ ମହାରଣା, ପୂର୍ଣଚନ୍ଦ୍ର ମହାରଣା, ସୁଶାନ୍ତ ମହାରଣା, ରାମଚନ୍ଦ୍ର ମହାରଣା, ସତ୍ୟନାରାୟଣ ମହାରଣା, ଲଷ୍ମୀ ନୃସିଂହ ମହାରଣା ଓ ସଭାପତିଙ୍କ ମଧ୍ୟରେ ବିରୁଳି, ସାନଖେମୁଣ୍ଡି, ପୂର୍ବଖଣ୍ଡ, ମହୁରୀ, ତେର ସ୍ଥାନ, ମନସରକୋଟ, ହୁମା, ପାହୁର, ଆଠଗଡ଼, ଆସ୍କା, ଘୁମୁସର,ବଡ଼ଗଡ଼, ଆଠଗଡ଼,ପୋଲସରା, ମଞ୍ଚୁସା ଓ ସୋରଡ଼ା ସମସ୍ତ ତାଳୁକାର ସଭାପତି ଓ କମିଟି ଅଂଶ ଗ୍ରହଣ କରି ମହାସଭା ବନ୍ଧୁ ମିଳନକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସମ୍ପାଦକ ଗୌରାଙ୍ଗ ମହାରଣା ଧନ୍ୟବାଦ ଦେଇ ସଭାସାଙ୍ଗ କରାଇଥିଲେ।ଅତିଥି ମାନଙ୍କୁ ସଂମାନ ଦେଇ ବିଦାୟ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ