ତାଲୁକ ଆଇନ ସେବା କମିଟି ତରଫରୁ ୭୩ ତମ ବନ ମହୋତ୍ସବ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସିଭିଲ କୋର୍ଟର ତାଲୁକ ଆଇ ସେବା ସମିତି ଆନୁକୁଲ୍ୟରେ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ଦୀପକ କୁମାରଙ୍କ ପୌରହିତ୍ୟରେ ୭୩ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ସାଂପ୍ରତିକ ପରିସ୍ଥିତିରେ ପରିବେଶ ଦୃତ ପ୍ରଭାବିତ ହେଉଥିବାରୁ ବ୍ୟାପକ ପରିମାଣରେ ବୃକ୍ଷରୋପଣ , ସୁରକ୍ଷା ସହିତ ପରିବେଶ ସୁରକ୍ଷା ନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ନିହାତି ଜରୁରୀ ହୋଇପଡ଼ିଛି ବୋଲି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ସୂଚନା ଦେଇଥିଲେ । ବୃକ୍ଷ ମଣିଷ ସମାଜ ଓ ଜୀବଜଗତ ପାଇଁ ଅତି ଆବଶ୍ୟକ ବୋଲି କହିଥିଲେ ।ବୃକ୍ଷ ହିଁ ପରିବେଶକୁ ସନ୍ତୁଳିତ ରଖିଥାଏ । ଜଙ୍ଗଲ ଅବକ୍ଷୟ ଓ ବୃକ୍ଷ ନଷ୍ଟ ଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଘଟୁଛି । ଜଳବାୟୂ ପରିଵର୍ତନ ନେଇ ସାରା ବିଶ୍ବବାସୀ ଚିନ୍ତିତ । ଯାହାର ପ୍ରଭାବର ସମଗ୍ର ଜୀବ ଜଗତ ଉପରେ ପଡୁଛି । ଖାଲି କଂକ୍ରିଟ ସହର ପଛରେ ନ ଗୋଡ଼ାଇ ଆମକୁ ବ୍ଯାପକ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବାକୁ ପଡିବ ବୋଲି କହିଥିଲେ। ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ବନ ମହୋତ୍ସବରେ ସବ ଜଜ୍ ବାସୁଦେବ ଆଚାର୍ଯ୍ୟ,ଏସଡିଜିଏମ ଜରିନେ ଖାନ , ଜେଏମଏଫସି ମୋନିକା ଆଚାର୍ଯ୍ୟ, ରାଇରଙ୍ଗପୁର ଓକିଲ ସଂଘ ସଂପାଦକ ହରିଚରଣେ ବେହେରା, କୋର୍ଟ କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡୀ, ରଣଜିତ ବେହେରା ଅଧିବକ୍ତା କିଶୋର ମହାନ୍ତି,ଉମା ରାଜ,ପ୍ରମୋଦ ମହାନ୍ତି, ଶୁଶାନ୍ତ ବେହେରାଏବଂ ରାଇରଙ୍ଗପୁର ବନ ବିଭାଗର ଏସିଏଫ ନବୀନ ନାଏକ,ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ମହାକୁଡ଼,ବନପାଳ ସଂଜୟ ପ୍ରସାଦ ବେହେରା, ବିପିନ ବେହେରା, ପରମାନନ୍ଦ ମହାନ୍ତ ପ୍ରମୁଖ ବୃକ୍ଷରୋପଣ ସାମିଲ ହୋଇଥିଲେ । ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ,ଓ ଫଳ ଜାତୀୟ ବୃକ୍ଷ ରୋପଣ କରାଯାଇ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ