ତାଳଗାଁରେ ପିଇବା ପାଣି ପାଇଁ ଗ୍ରାମବାସୀଙ୍କ ରାସ୍ତା ଅବରୋଧ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଗ୍ରୀଷ୍ମତାତିରେ ଜଳୁଛି ସମଗ୍ର ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ।୪୦ଡିଗ୍ରୀ ତାପମାତ୍ରା ରେ ସିଝୁଛନ୍ତି ମଣିଷ ସମେତ ସମସ୍ତ ଜୀବଜନ୍ତୁ ।ଗରମରେ ଆଉଟି ପାଉଟୁଛନ୍ତି ଲୋକେ ।ଗଡିଆ,ପୋଖରୀ,ନାଳ,ନଦୀ ଶୁଖି ଆଁ । ଜଳକ୍ଳିଷ୍ଟ ବଢ଼ିଚାଲିଛି । ଚାରିଆଡେ ପାଣି ସମସ୍ୟା ।ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ଜାମଦା ବ୍ଲକର ତାଳଗାଁ ପଞ୍ଚାୟତର ତାଳଗାଁ ଗ୍ରାମରେ ।ଏହି ଗ୍ରାମରେ ହଜାରେ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି ।ଓଭର ହେଡ ପାଣି ଟାଙ୍କି ଅଛି ।ସରକାର ବହୁଧା ଯୋଜନା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଘରେ ଘରେ ପାଣି ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଛନ୍ତି ।ହେଲେ ତାହା ବାସ୍ବତାଠାରୁ ଦୂରରେ । ପାଣି ଟାଙ୍କି ଅଛି ହେଲେ ପାଇପ ଗୁଡିକ ଫାଟି ଯାଇଛି ।ପାଇପ ଯୋଗେ ମଇଳା ପାଣି ଆସୁଛି ।ଲୋକେ ଅପରିଷ୍କାର ପାଣି ପିଇ କିଡନୀ ଜନିତ ରୋଗରେ ପଡି ମୃତ୍ୟୁ ମୁଖରେ ପଡ଼ୁଛନ୍ତି ।ଦୁଇମାସରୁ ଉର୍ଦ୍ଧ ହେଲା ପାଇପ ଯୋଗେ ଗ୍ରାମବାସୀ ପିଇବା ପାଣି ପାଉ ନାହାଁନ୍ତି ।ଗାଁ ଲୋକେ ବହୁ ଦୁରକୁ ଯାଇ ନଦୀରୁ ଅନ୍ୟ ଗାଁ ନଳକୂପରୁ ପାଣି ଆଣୁଛନ୍ତି । ପ୍ରଶାସନକୁ ଲିଖିତ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନାହିଁ ।ଶେଷରେ ବାଧ୍ୟ ହୋଇ ତାଳଗାଁର ଶତାଧିକ ପୁରୁଷ ଓ ମହିଳା ଆଜି ରାଇରଙ୍ଗପୁର-ଜାମଦା ରାସ୍ତା ତାଳଗାଁଠାରେ ରାସ୍ତାରେ ଗରା କଳସି ଓ ପାଣିଡ୍ରମ ଥୋଇ ସକାଳ ୬ଘଟିକାରୁ ୧୦ ଘଟିକା ପର୍ୟ୍ୟନ୍ତ ରାସ୍ତା ଅବରୋଧ କରିଥିଲେ ।ଜାମଦା ବିଡ଼ିଓ ଦେବାଶିଷ ପଣ୍ଡା,ତାଳଗାଁ ସରପଞ୍ଚ ଡମ୍ବରୁଧର ହେମ୍ବ୍ରମ,ଗ୍ରାମୀଣ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର ନାଏକ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।୧୫ ଦିନ ମଧ୍ୟରେ ଆଉଗୋଟିଏ ନୂତନ ଗଭୀର ନଳକୂପ ଖନନ, ପାଇପ ମରାମତି ଓ ବିଦ୍ୟୁତ ସଂଯୋଗୀକରଣ କରି ଘରେ ଘରେ ପାଣି ପହଞ୍ଚାଇବା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଓ ମହିଳାମାନେ ରାସ୍ତା ଅବରୋଧରୁ ହଟିଲେ ।


