ତାଳଚେର ସାର କାରଖାନାରେ କୋଇଲା ବାଷ୍ପୀକରଣ ୟୁନିଟ ପ୍ରତିଷ୍ଠା ଲାଗି ଚୁକ୍ତି ସ୍ୱାକ୍ଷରିତ 

କାରଖାନା ଦ୍ୱାରା ୪,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ• ୟୁରିଆ ଏବଂ ଆମୋନିଆ ଉତ୍ପାଦନ ଲାଗି ତାଳଚେର ସାର କାରଖାନାରେ ଏକ କୋଇଲା ବାଷ୍ପୀକରଣ ୟୁନିଟ ଖୋଲିବା ନେଇ ଆଜି ଦିଲ୍ଲୀରେ ଏକ ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଓଡିଶାର ଅନୁଗୁଳ ଜିଲ୍ଲାରେ ୧୩,୨୭୭ କୋଟି ଟଙ୍କା ନିବେଶ କରାଯାଇ ଜିଏଆଇଏଲ, ଆରସିଏଫ, ସିଆଇଏଲ ଓ ଏଫସିଆଇଏଲର ମିଳିତ ସହଭାଗୀତାରେ ଏହି କାରଖାନା ପ୍ରତିଷ୍ଠା କରାଯିବ । ଏହି କାରଖାନାରୁ ବାର୍ଷିକ ୧.୨୭ ମିଲିୟନ ମେଟ୍ରିକ ଟନ୍ ୟୁରିଆ ଓ ୦.୭୩ ମିଲିୟନ ମେଟ୍ରିକ ଟନ ଆମୋନିଆ ଉତ୍ପାଦିତ ହେବ । ମେସର୍ସ ଉହାନ ଇଞ୍ଜିନିୟରିଂ କୋ ଲିମିଟେଡ ତରଫରୁ ଏହି ପ୍ଲାଂଟ ପାଇଁ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ପ୍ରଦାନ କରାଯିବ । ଏହି ଅବସରରେ ନିଜର ବକ୍ତବ୍ୟ ରଖି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ତାଳଚେର ସାର କାରଖାନା କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଆଧାରରେ ୟୁରିଆ ଓ ଆମୋନିଆ ଉତ୍ପାଦନ କରିବ ଯାହାକି ଭାରତର ବିକାଶ ଯାତ୍ରାରେ ଏକ ନୂତନ କିର୍ତୀମାନ ହେବ । ସେ କହିଲେ, ଞ୍ଛଅଙ୍ଗାରକ ପରିମାଣ ହ୍ରାସ କରିବା ପାଇଁ ଭାରତ ସିଓପି୨୧ ନିକଟରେ ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ ଏବଂ କୋଇଲା ବାଷ୍ପୀକରଣ ପ୍ରଯୁକ୍ତି ଏ ଦିଗରେ ଏକ ପଦକ୍ଷେପ ।‛ ପୂର୍ବ ଭାରତରେ ବନ୍ଦ ହୋଇଯାଇଥିବା ସମସ୍ତ ସାର କାରଖାନାକୁ ପୁଣିଥରେ ଚାଲୁ କରିବା ନେଇ ସରକାର ନିଷ୍ପତି ନେଇଥିବା ସେ ପ୍ରକାଶ କରିଥିଲେ । ପୂର୍ବାଂଚଳ ଗ୍ୟାସ ଗ୍ରୀଡ ପାଇଁ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗାର କାର୍ଯ୍ୟ ଦ ୍ରୁ ତ ଗତିରେ ଆଗେଇ ଚାଲିଛି ଏବଂ ଏଥିରେ ଗୋରଖପୁର ଓ ବାରାଉନିକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଖୁବଶୀଘ୍ର ସିନ୍ଦରିକୁ ଅନ୍ତର୍ଭୁକ୍ତ କରାଯିବ । ସାର ଉତ୍ପାଦନ ପାଇଁ ଏହି ପ୍ରକଳ୍ପରେ କୋଇଲା ଓ ପିଟକୋକର ବ୍ୟବହାର କରାଯିବ ବୋଲି ସେ କହିଥିଲେ । ଟିଏଫଏଲକୁ ପ୍ରଦାନ କରାଯାଇଥିବା ତାଳଚେର ଅଂଚଳର ଉତର ଅର୍ଖପାଳ ଖଣିର ଉତର ଭାଗରୁ ଏହି ପ୍ରକଳ୍ପ ପାଇଁ କୋଇଲା ଅଣାଯିବ ଏବଂ କ୍ୟାପ୍ଟିଭ ଖଣିର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି । ଏହି ପ୍ରକଳ୍ପ ପାଇଁ ପାରାଦୀପ ବିଶୋଧନାଗାରରୁ ପିଟକୋକ ଯୋଗାଇ ଦିଆଯିବ । ପରିବେଶ ଅନୁକୂଳ ପଦ୍ଧତିରେ ରାଜ୍ୟରେ ଉପଲବ୍ଧ ପ୍ରଚୁର କୋଇଲା ଏହି ପ୍ରକଳ୍ପ ପାଇଁ ଉପଯୋଗ କରାଯିବ । ଶ୍ରୀ ପ୍ରଧାନ କହିଲେ ଯେ ସିନଗ୍ୟାସ, ଡିଜେଲ, ମିଥାନଲ ଓ ପେଟ୍ରୋକେମିକାଲ ଭଳି ଉତ୍ପାଦ ପାଇଁ କୋଇଲାର ବ୍ୟବହାର ଏହି ପ୍ରଯୁକ୍ତି ବିଦ୍ୟାର ସଫଳତା ପରେ ବୃଦ୍ଧି ପାଇବ । ଭାରତ ପ୍ରସଙ୍ଗରେ ଏକ ବିରାଟ ପରିବର୍ତନ ଆଣିବାରେ ଏହି ପ୍ରକଳ୍ପ ପାଖରେ ସାମର୍ଥ୍ୟ ରହିଛି । ଏହାଫଳରେ ଶକ୍ତି ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ କୋଇଲାକୁ ପରିବେଶର ଶୁଦ୍ଧତା ରଖାଯାଇ ବ୍ୟବହାର କରାଯାଇ ପାରିବ । ଏହାଫଳରେ ୨.୩୮ଏମଏମଏସସିଏମଡି ପରିମାଣର ପ୍ରାକୃତିକ ଗ୍ୟାସର ଉତ୍ପାଦନ ହୋଇପାରିବ ଏବଂ ଏହାଦ୍ୱାରା ଏଲଏନଜି ଉତ୍ପାଦନ ଦେୟ ହ୍ରାସ ପାଇବ । ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡିଭି ସଦାନନ୍ଦ ଗୌଡା କହିଲେ ଯେ ଦେଶରେ ଖାଦ୍ୟ ଆବଶ୍ୟକତାକୁ ପୁରଣ କରିବା ପାଇଁ ସାର ବିଶେଷ କରି ୟୁରିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଚାହିଦା ମେଂଟାଇବା ପାଇଁ ଭାରତ ପ୍ରତିବର୍ଷ ୫୦ରୁ ୭୦ ଲକ୍ଷ ୟୁରିଆ ଉତ୍ପାଦନ କରୁଛି । ଘରୋଇ ଭାବେ ୟୁରିଆର ଉତ୍ପାଦନ ବୃଦ୍ଧି କରିବା ପାଇଁ ଭାରତ ଚେଷ୍ଟା କରୁଛି । ସମ୍ପ୍ରତି ଦେଶରେ ପ୍ରାକୃତିକ ଗ୍ୟାସର ବ୍ୟବହାର କରାଯାଇ ୟୁରିଆ ଉତ୍ପାଦନ କରାଯାଉଛି । ଏଥି ମଧ୍ୟରେ ରହିଛି ଘରୋଇ ପ୍ରାକୃତିକ ବାଷ୍ପ ଓ ଆମଦାନୀ କରାଯାଉଥିବା ଏଲଏନଜି । ଏଲଏନଜିର ଉତ୍ପାଦନ ଅତ୍ୟନ୍ତ ମହଙ୍ଗା ଏବଂ ଏଥିପାଇଁ ଭାରତକୁ ଅନେକ ମୂଲ୍ୟବାନ ବୈଦେଶିକ ମୁଦ୍ରା ବ୍ୟୟ କରିବାକୁ ପଡିଥାଏ । ତେଣୁ ଦେଶରେ ୟୁରିଆ ଓ ଅନ୍ୟାନ୍ୟ ସାରର ଉତ୍ପାଦନ ପାଇଁ ସ୍ୱଦେଶୀ କଂଚାମାଲର ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ସେ କହିଲେ ଯେ ତାଳଚେର ସାର ପ୍ରକଳ୍ପ ଏ ଦିଗରେ ଏକ ପଦକ୍ଷେପ ଯେଉଁଠି ୟୁରିଆ ଉତ୍ପାଦନ ପାଇଁ ସ୍ୱଦେଶୀ କୋଇଲା ଓ ପିଟକୋକର ମିଶ୍ରଣକୁ କଂଚାମାଲ ଭାବେ ବ୍ୟବହାର କରାଯିବ । ଏହି ପ୍ରକଳ୍ପ ଫଳରେ ୟୁରିଆ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ ଏବଂ ଓଡିଶାରେ କୃଷିର ବିକାଶ ହେବ । ଏହାଛଡ଼ା ଦେଶ ତଥା ରାଜ୍ୟର କୃଷକଙ୍କ ପାଇଁ ଯଥେଷ୍ଟ ପରିମାଣର ୟୁରିଆ ଉପଲବ୍ଧ ହୋଇପାରିବ । ଶ୍ରୀ ଗୌଡା କହିଥିଲେ ଯେ ‘ମେକ ଇନ ଇଣ୍ଡିଆ’ ଅନ୍ତର୍ଗତ ଏହି ପଦକ୍ଷେପ ଭାରତକୁ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବ ଏବଂ ଏଥିସହିତ ୪,୫୦୦ ପରୋକ୍ଷ ଓ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ