ତାଳତୁମ୍ବର ଅକ୍ଷୟ ସାଜିଲେ ଉଦାହରଣ
ଖୋର୍ଦ୍ଧା (ଓ୍ବାଇଏନ୍ଏସ୍) : ଖୋର୍ଦ୍ଧା ଜିଲ୍ଲା ତାଳତୁମ୍ବ ଗ୍ରାମର ଯୁବ ସମାଜସେବୀ ଅକ୍ଷୟ ରାଉତରାୟ ବର୍ତମାନ ସମସ୍ତଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି । ଗ୍ରାମବାସୀଙ୍କୁ କରୋନା ବିଷୟରେ ସଚେତନ କରାଇବା ସହ ଗ୍ରାମକୁ ସ୍ୱଚ୍ଛ ରଖିବା ପାଇଁ କାର୍ଯ୍ୟ କରିବା ସହ ଦିନ ରାତି ଜଗି ରହିଛନ୍ତି । ସରକାରଙ୍କ ଯୋଜନା, ସ୍ୱଚ୍ଛତା, ସ୍ୱାସ୍ଥ୍ୟ ତଥା ସମସ୍ତ ଗ୍ରାମବାସୀଙ୍କୁ ଏହି ସମ୍ବଦ୍ଧରେ ଅବଗତ କରାଇବା ସହ ଏହି କାମରେ ସହଯୋଗ କରିଛନ୍ତି ସମାଜସେବୀ ନାରାୟଣ ଖୁଂଟିଆ । ଉକ୍ତ କାର୍ଯ୍ୟକୁ ସମସ୍ତ ଦିଗରୁ ପ୍ରଶଂସା କରାଯାଇଛି ।


