ତାଳଦା ଉପନିର୍ବାଚନ ଶେଷ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ର ସମିତି ସଭ୍ୟ ପଦବୀ ପାଇଁ ଆଜି ଉପନିର୍ବାଚନ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶାନ୍ତିଶୃଙ୍ଖଳା ସହିତ ଶେଷ ହୋଇଛି।ସକାଳ ୬ ଟାରୁ ମତଦାନ ଆରମ୍ଭ ହୋଇ ଦିନ ୧ ଟାରେ ଶେଷ ହୋଇଥିଲା।ତାଳଦା ପଞ୍ଚାୟତ ୧୬ ଟି ୱାର୍ଡକୁ ନେଇ ଗଠିତ।୧୬ ଟି ୱାର୍ଡରେ ସମୁଦାୟ ୪୦୦୨ ଭୋଟର ମତ ସାବ୍ୟସ୍ତ କରିଥିଲେ।ସେଥି ମଧ୍ୟରୁ ୧୪୭୦ ଜଣ ମହିଳା ମତଦାନ କରିଥିବା ବେଳେ ୧୪୩୨ ଜଣ ପୁରୁଷ ମତଦାନ କରିଥିଲେ।ମତଦାନର ହାର ଥିଲା ଶତକଡା ୭୨.୪୪।ନିର୍ବାଚନ ଅଧିକାରୀ ତଥା ଅସ୍ତରଙ୍ଗ ବ୍ଲକ ବିଡ଼ିଓ ଡ଼ଃ ବେବିତା ମଞ୍ଜରୀ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ବାଚନ ପରିଚାଳନା କରାଯାଇଥିଲା।ସୁରକ୍ଷା ବ୍ୟବସ୍ଥା ପାଇଁ ୧ ପ୍ଲାଟୁନ ପୋଲିସ ଫୋର୍ସ, ଜଣେ ଡିଏସପି ,୨ ଜଣ ଇନ୍ସପେକ୍ଟର ,୨ ଜଣ ସବ ଇନ୍ସପେକ୍ଟର ,୪ ଜଣ ଏଏସଆଇ ଙ୍କୁ ମୃତୟନ କରାଯାଇଥିଲା।କୌଣସି ସ୍ଥାନ ରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିବା ଥାନା ଅଧିକାରୀ ପଞ୍ଚାନନ ବେହେରା କହିଛନ୍ତି।ବିଜେଡି ସମର୍ଥିତ ସମିତି ସଭ୍ୟ ଗିରିଧାରୀ ସେଠୀଙ୍କ ପରଲୋକରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା।ବିଜେଡି ସମର୍ଥିତରେ ସ୍ୱର୍ଗତ ଗିରିଧାରୀ ସେଠୀଙ୍କ ପୁଅ ଅମୀୟ କୁମାର ସେଠୀ ପ୍ରାଥୀ ହୋଇଥିବା ବେଳେ ସୁକାନ୍ତ ସେଠୀ ମିଳିତ ମଞ୍ଚ ପକ୍ଷରୁ ପ୍ରାଥୀ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ