ତାଳସରଠାରେ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ
କୋଦଳା:(ଯୁଗାବ୍ଦ ନ୍ୟୁଜ) : ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମର ହାଇସ୍କୁଲ ପଡ଼ିଆଠାରେ ୧୮ ବର୍ଷରୁ କମ ବୟସର ଖେଳାଳିଙ୍କୁ ନେଇ ଶ୍ରୀ ନୃସିଂହନାଥ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍ଘାଟିତ ହୋଇଯାଇଛି । ଏଥିରେ ଯୁବନେତା ବୁଲା ଜେନା ଓ ମୁକୁନ୍ଦ ପ୍ରଧାନ ଏହାକୁ ଉଦଘାଟନ କରିଥିଲେ । ପ୍ରଥମ ମ୍ୟାଚ ଲଛିପୁର ଓ ଶଙ୍ଖଭୂମି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲଛିପୁର ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୯୩ ରନ ସଂଗ୍ରହ କରିଥିଲେ । ପରେ ଶଙ୍ଖଭୂମି ବ୍ୟାଟିଂ କରି ୯.୩ ଓଭରରେ ୯ ୱିକେଟ ହରାଇ ୯୪ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା । ଏହି ଟୁର୍ଣ୍ଣାମେଂଟରେ ୧୬ଟିମ ଅଂଶଗ୍ରହଣ କରିଥିବା ବେଳେ ଏହାର ଆଖପାଖ ଅଞ୍ଚଳରୁ ଅନେକ କ୍ରିକେଟ ପ୍ରେମୀ ଖେଳ ଦେଖିବାକୁ ଆସିଥିଲେ।