ତାଳସାକକର କ୍ଲଷ୍ଟରରେ ନିପୁଣ ଓଡିଶା ମେଳା

ବୁଗୁଡା, (ଅନିଲ କୁମାର ମହାରଣା):ତାଳସାକକର କ୍ଲଷ୍ଟର ଅନ୍ତର୍ଗତ ଗୌଡ଼ିଆ ବୋରଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ଅନ୍ତର୍ଗତ ୧୩ ଟି ବିଦ୍ୟାଳୟର ପ୍ରଥମ, ଦ୍ଵିତୀୟ, ଓ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ଓ ଗାଇଡ଼ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ନେଇ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଳସାକକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ମୁଖ୍ୟବକ୍ତା ଭାବେ ଏବଂ ଗୌଡ଼ିଆ ବୋରଦା ପଞ୍ଚାୟତର ସରପଞ୍ଚ ସୁନ୍ଦରୀ ମହାରଥା ଓ ସମିତି ସଭ୍ୟା ଲିଲି ବିଷୋୟୀ , ତାଳସାକର କ୍ଲଷ୍ଟରର ପୂର୍ବତନ ସିଆରସିସି ମାନସ ରଞ୍ଜନ ସେଠୀ ଓ ରାମଣ୍ଡା ସିଆରସିସି ସୁଶାନ୍ତ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଗୌଡ଼ିଆ ବୋରଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଂଜିତା ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଶେଷରେ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଳସlକର କ୍ଲଷ୍ଟରର ସିଆରସିସି ଦିଲ୍ଲୀପ କୁମାର ବେହେରା ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିବା କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ